ବୈପାରିଗୁଡା ବ୍ଳକ ଦଣ୍ଡାବାଡି ନିକଟ ଖମାରଗଡ ନଦୀରେ ଭାସିଯାଇ ବୃଦ୍ଧ ନିଖୋଜ

ବୈପାରିଗୁଡା(କେନ୍ୟୁଜ୍): କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକରେ ଘଟିଛି ଅଭାବନୀୟ ଘଟଣା। ନଦୀ ପାର ହେବାବେଳେ ପ୍ରଖର ସ୍ରୋତରେ ଭାସିଗଲେ ବୃଦ୍ଧ । ଗତକାଲି ସନ୍ଧ୍ୟାରେ ଘଟିଛି ଘଟଣା । ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦଣ୍ଡାବାଡି ପଞ୍ଚାୟତର ବାଙ୍କୁଲିଯୋଡି ଗ୍ରାମର ବେତୃ ସାନ୍ତା (୬୦) ନିଜ ପତ୍ନୀ ସାଦେଇ ସହ ଗତକାଲି ରାମଗିରି ସାପ୍ତାହିକ ହାଟକୁ ଯାଇଥିଲେ। ଘରକୁ ଫେରିବାବେଳେ ମାଟିଖାଲଗୁଡା ଗାଆଁ ନିକଟ ଖାମାରଗାଡ ନଦୀ ପାର ହେଉଥିବା ବେଳେ ଭାରସାମ୍ୟ ହରାଇ ପ୍ରଖର ସୁଅରେ ଭାସିଯାଇ ନିଖୋଜ ହୋଇଯାଇଥିଲେ ।

ବେତୃଙ୍କ ସହ ଥିବା ତାଙ୍କ ପତ୍ନୀ ସାଦେଇ ଗାଆଁକୁ ଆସି ଏନେଇ ଗ୍ରାମବାସୀଙ୍କୁ ଜଣାଇଥିଲେ । ଗ୍ରାମବାସୀ ନଦୀରେ ଖୋଜିବାକୁ ଚେଷ୍ଟା କରି ବିଫଳ ହେବା ପରେ ବୈପାରିଗୁଡା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପକ୍ଷରୁ ବହୁ ଖୋଜା ଖୋଜି କରିବାପରେ ମଧ୍ୟ ନିଖୋଜ ବେତୃକୁ ଠାବ କରାଯାଇ ପାରିନାହିଁ । ଆଜି ପୁଣି ଖୋଜିବାକୁ ଉଦ୍ୟମ ଚଲାଇଛି ଅଗ୍ନିଶମ ବାହିନୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.