ଟ୍ରକ୍ ଧକ୍କାରେ ଅଜଣା ସାଇକେଲ ଆରୋହୀ ଗୁରୁତର, ସଙ୍କଟାପନ୍ନ ଅବସ୍ଥାରେ ଚାଲିଛି ଚିକିତ୍ସା

ରାୟଗଡ଼ା(କେନ୍ୟୁଜ୍): ଟ୍ରକ୍ ଧକ୍କାରେ ସାଇକେଲ ଆରୋହୀ ଗୁରୁତର। ରାୟଗଡ଼ା ଜିଲ୍ଲା ସଦରମହକୁମା ସ୍ଥିତ ପିଡବ୍ଲୁଡି ଛକ ନିକଟରେ ଗତକାଲି ରାତିରେ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ଲଡୁ ସାହୁ ଗୋଦାମକୁ ଯିବା ସମୟରେ ଏକ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଉକ୍ତ ଯୁବକ ଗୁରୁତର ଆହତ ହୋଇଥିଲେ ।

ଉକ୍ତ ଯୁବକଙ୍କ ପରିଚୟ ମିଳିନଥିବା ବେଳେ, ଘଟଣାସ୍ଥଳରେ ପୋଲିସ୍ ପହଁଚି ତାଙ୍କୁ ଗାଡ଼ିରେ ଜିଲ୍ଲା ଚିକତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ବର୍ତ୍ତମାନ ଯୁବକଙ୍କର ଅବସ୍ଥା ଅତି ସଙ୍କଟାପନ୍ନ ଥିବା ଡ଼ାକ୍ତର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.