ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରା ପଡ଼ିଲେ ଖୋର୍ଦ୍ଧା ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କିରାଣୀ

ଖୋର୍ଦ୍ଧା (କେନ୍ୟୁଜ): ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କିରାଣୀ । ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଛନ୍ତି ଖୋର୍ଦ୍ଧା ଜିଲ୍ଲା ହଳଦିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କିରାଣୀ ଅନୁପ କୁମାର ଶତପଥୀ । ଜଣେ ଅଭିଯୋଗକାରୀଙ୍କ ପାଖରୁ ସେ ଲାଞ୍ଚ ନେଉଥିଲେ । ଜେଜେବାପା ଓ ଜେଜେମାଆଙ୍କ ମୃତ୍ୟୁ ସାର୍ଟିଫିକେଟ କରାଇ ଦେବାକୁ କହି ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଅନୁପ ଶତପଥୀ ।

ଜେଜେବାପା ଓ ଜେଜେମାଆଙ୍କ ନାଁରେ ଥିବା ଜମି ବିକ୍ରି କରିବା ପାଇଁ ଅଭିଯୋଗକାରୀ ମୃତ୍ୟୁ ସାର୍ଟିଫିକେଟ ଆବଶ୍ୟକ କରୁଥିଲେ । ଅନୁପ ଶତପଥୀଙ୍କ ପାଖରୁ ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ । ଏନେଇ ଭିଜିଲାନ୍ସ ଭୁବନେଶ୍ୱର ଡିଭିଜନରେ ମାମଲା ରୁଜୁ ହୋଇଛିି । ଏହାପରେ ଖୋର୍ଦ୍ଧା ଟାଙ୍ଗିଆପଡ଼ା ଗାଁରେ ଅନୁପଙ୍କ ଘରେ ରେଡ୍‌ କରିଛି ଭିଜିଲାନ୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.