ପୁଣି ସାଇବର ଠକେଇର ଶିକାର ହେଲେ ମହିଳା, ପାଟ ଶାଢ଼ି ଦେବାକୁ କହି ଠକି ନେଲେ ୩୩ ହଜାର ଟଙ୍କା

(କେନ୍ୟୁଜ): ପୁଣି ସାଇବର ଠକେଇର ଶିକାର ହେଲେ ଜଣେ ମହିଳା। ପାଟ ଶାଢ଼ି ଦେବାକୁ କହି ଫଶେଇ ଦେଲେ ଅଦୃଶ୍ୟ ଠକ। କେନ୍ଦୁଝର ଜିଲ୍ଲାରୁ ରହି ଅପରେଟ କରୁଥିଲେ ସାଇବର ଠକ । ଜଣେ ମହିଳାଙ୍କୁ ପାଟ ଶାଢ଼ି ଦେବାକୁ କହି ୩୩ ହଜାର ଟଙ୍କା ନେଇଗଲେ । ଅନ୍‌ଲାଇନ୍‌ରେ ବିଜ୍ଞାପନ ପରେ ଶାଢ଼ି କିଣିବାକୁ ଯୋଗାଯୋଗ କରିଥିଲେ ମହିଳା। ଠକ ହ୍ଵାଟ୍‌ସ ଆପରେ ଶାଢ଼ି ଫଟୋ ପଠାଇ ମହିଳାଙ୍କ ବିଶ୍ୱାସ ଜନ୍ମାଇଥିଲେ। ପରେ କିସ୍ତି କିସ୍ତିରେ ନେଇ ଯାଇଥିଲେ ୩୩ ହଜାର ଟଙ୍କା । ମହିଳା ଜଣକ ସାଇବର ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ପୋଲିସ କହିବା ମୁତାବକ, ସାଇବର ଠକ ଜଣକ କେନ୍ଦୁଝର ଜିଲ୍ଲାରୁ ରହି ଏଭଳି ଅନଲାଇନ ଲୁଟର ଜାଲ ବିଛାଉଥିଲା । ଏବେ ମହିଳା ଜଣକ ସାଇବର ଥାନାର ଦ୍ୱାରସ୍ତ ହୋଇ ଏଭଳି ଠକାମୀ ବାବଦରେ ଏତଲା ଦେଇଛନ୍ତି । ମହିଳାଙ୍କ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ । ସବୁଠାରୁ ବଡ଼କଥା ହେଲା, ଅଦୃଶ୍ୟ ଠକର ଚେର କେଉଁ ଆଡେ ଲମ୍ବିଛି ତାହାକୁ ଖୋଜି ପାଇବ ତ ପୋଲିସ? ପୋଲିସ ପଞ୍ଝାରେ ସେହି ସାଇବର ଠକ ପଡ଼ିବା ପୂର୍ବରୁ ସାଇବର ଷଡ଼ଯନ୍ତ୍ରରୁ ବର୍ତ୍ତି ପାରିବେ ତ ମହିଳା?

 

 

 

 

Leave A Reply

Your email address will not be published.