ବର୍ଷା- ଅନୁଭବ ପାରିବାରିକ ବିବାଦ : ପୁଣି ମଧ୍ୟସ୍ଥତା ବିଫଳ, ମାମଲାର ଶୁଣାଣି କରିବାକୁ କୋର୍ଟରେ ଅନୁଭବ କରିଥିଲେ ଆବେଦନ

କଟକ (କେନ୍ୟୁଜ): କଟକ ପରିବାର ଅଦାଲତରେ ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲାର ଶେଷ ହେଲା ମଧ୍ୟସ୍ଥତା । ପରିବାର ଅଦାଲତ ବିଚାରପତି ପୁଣି ମଧ୍ୟସ୍ଥତା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ତାହା ବିଫଳ ହୋଇଛି । ଉଭୟଙ୍କୁ ପରିବାର ଅଦାଲତରେ ହାଜର ପାଇଁ ନିଜ ଆଡୁ ଆଜି ପୁଣି ନିର୍ଦ୍ଦେଶ ଦେଇଥିଲେ କଟକ ପରିବାର ଅଦାଲତ । ଗତ ୧୪ ତାରିଖରେ କୋର୍ଟଙ୍କ ନିର୍ଦ୍ଦେଶ ପରେ ଉଭୟ ଆଜି ପରିବାର ଅଦାଲତରେ ହାଜର ହୋଇଥିଲେ । ଅନୁଭବ ମହାନ୍ତିଙ୍କ ପକ୍ଷରୁ ପରିବାର ଅଦାଲତରେ ଆଜି ଦୁଇଟି ପିଟିସନ ଦାୟର କରାଯାଇଥିଲା ।

ପୂର୍ବରୁ ଦାୟର କରିଥିବା ବିବାହ ବିଚ୍ଛେଦ ମାମଲାରେ ଏକ ସଂଶୋଧନ ପାଇଁ ପିଟିସନ ଦାୟର କରିଥିଲେ । ଆପୋଷ ସମାଧାନ ପାଇଁ ମଧ୍ୟସ୍ଥତା ଚାହାନ୍ତି ନାହିଁ ତେଣୁ ପରିବାର ଅଦାଲତ ମାମଲାର ଶୁଣାଣି ଆଗକୁ ବଢ଼ାଇବା ପାଇଁ ଆବେଦନ କରିଥିଲେ । ପୂର୍ବରୁ ପରିବାର ଅଦାଲତରେ ଧାର୍ଯ୍ୟ ଜେରା ଦିନରେ ବର୍ଷାଙ୍କ ଓକିଲଙ୍କ ଅନୁପସ୍ଥିତି ଯୋଗୁଁ ଅନୁଭବଙ୍କ ଜେରାକୁ ସମାପ୍ତ କରିଥିଲେ ପରିବାର ଅଦାଲତ । ପରବର୍ତ୍ତୀ ସମୟରେ ଅନୁଭବଙ୍କୁ ପୁଣି ଥରେ ଜେରା କରାଯାଉ ବୋଲି ପରିବାର ଅଦାଲତ ବର୍ଷାଙ୍କ ପକ୍ଷରୁ ଆବେଦନକୁ ଖାରଜ କରିଥିଲେ କଟକ ପରିବାର ଅଦାଲତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.