ଭୁବନେଶ୍ୱର(କେନ୍ୟୁଜ୍):ଅପରାଜିତାଙ୍କ ଅପିଲ୍। ବାବୁସାନ୍ ଚେନ୍ନାଇରୁ ଫେରିବା ପରେ ଆଉ ଏକ ଭିଡିଓ ଜାରି କରି ଅପିଲ କରିଛନ୍ତି ଅପରାଜିତା ମହାନ୍ତି। ଆମକୁ ଏକୁଟିଆ ଛାଡି ଦିଅନ୍ତୁ ବୋଲି ସେ କହିଛନ୍ତି। ୪ରୁ ୬ ଦିନ ହେବ ଆମେ ଝରକା ଓ କବାଟ ଖୋଲିପାରୁନାହୁଁ। ରାସ୍ତାରେ ଯାଉଥିବା ଲୋକମାନେ ଆମ ପାଇଁ ହଇରାଣ ହେଉଛନ୍ତି।
ଉତ୍ତମ ବାବୁ ଓ ମୋ ଭିଣୋଇଙ୍କ ଦେହ ଭଲ ନାହିଁ। କେତେବେଳେ ବି ଡାକ୍ତର ଓ ଆମ୍ବୁଲାନ୍ସର ଆବଶ୍ୟକ ପଡ଼ିପାରେ। ସେଥିପାଇଁ ଆମକୁ ଏକୁଟିଆ ଛାଡ଼ିଦିଅନ୍ତୁ ବୋଲି କହିଛନ୍ତି ଅପରାଜିତା।