ହଂସପାଳ ଛକ ନିକଟ ପୁରୀ ମୁଖ୍ୟ କେନାଲରେ ବିରାଟକାୟ କୁମ୍ଭୀର ! ନରାଜ ମୁଣ୍ଡଳୀରୁ କୁମ୍ଭୀରଟି ଚାଲି ଆସିଥିବା

ଭୁବନେଶ୍ବର(କେନ୍ଯୁଜ୍): ପୁରୀ ମୁଖ୍ୟ କେନାଲରେ ବିରାଟକାୟ କୁମ୍ଭୀର । ହଂସପାଳ ଛକ ନିକଟ ବସୁନ୍ଧରା ଆପାର୍ଟମେଣ୍ଟ ନିକଟରେ ଥିବା ପୁରୀ ମୁଖ୍ୟ କେନାଲରେ କୁମ୍ଭୀର ଦେଖିବାକୁ ମିଳିଛି । କୁମ୍ଭୀରଟିର ଲମ୍ବ ପାଖାପାଖି ୧୨ ଫୁଟରୁ ଅଧିକ ହେବ ।

ନରାଜ ମୁଣ୍ଡଳୀରୁ କୁମ୍ଭୀରଟି ଚାଲି ଆସିଥିବା ଅନୁମାନ କରାଯାଉଛି । କୁମ୍ଭୀରଟିକୁ ଦେଖିବାକୁ କେନାଲ ହୁଡାରେ ଲୋକଙ୍କ ଭିଡ଼ ଜମିଛି । ତୁରନ୍ତ କୁମ୍ଭୀରଟିକୁ କାବୁ କରିବାକୁ ଦାବି କରାଯାଇଛି ।

Leave A Reply

Your email address will not be published.