ପାରିବାରିକ ପତ୍ରିକା କାଦମ୍ବିନୀ ବିଷୁବ ସ୍ୱତନ୍ତ୍ର ଗଳ୍ପ ଗାଥା ଓ କୁନିକଥାର ଏପ୍ରିଲ ସଂଖ୍ୟା ଉନ୍ମୋଚିତ

ଭୁବନେଶ୍ବର(କେନ୍ୟୁଜ୍): ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ପତ୍ରିକା କାଦମ୍ବିନୀ କାର୍ଯ୍ୟାଳୟ ପରିସରରେ କାଦମ୍ବିନୀ ବିଷୁବ ସ୍ୱତନ୍ତ୍ର ଗଳ୍ପ ଗାଥା ଓ କୁନିକଥାର ଏପ୍ରିଲ ସଂଖ୍ୟା ଉନ୍ମୋଚିତ ହୋଇଛି ।

କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ସାହିତ୍ୟିକ ବିଜୟ ନାୟକ, ଜାତୀୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ତଥା କଳିଙ୍ଗ ଟିଭିର ପରିଚାଳନା ନିର୍ଦ୍ଦେଶକ ହିମାଂଶୁ ଖଟୁଆ । କାଦମ୍ବିନୀ ସମ୍ପାଦିକ ଡକ୍ଟର ଇତି ସାମନ୍ତ ସଭାରେ ସଭପତିତ୍ୱ କରିଥିଲେ ।

ପ୍ରତିଥର ଭଳି ଏଥର ନିଜକୁ ସମ୍ପୂର୍ଣ୍ଣ ନୂଆ ରୂପରେ ସଜେଇ କାଦମ୍ବିନୀ ଆସିଛି ବିଷୁବ ସ୍ୱତନ୍ତ୍ର ଗଳ୍ପ ଗାଥା । ଚଳିତ ଥର କାଦମ୍ବିନୀର ପ୍ରଚ୍ଛଦ ପୃଷ୍ଠାରେ ସ୍ଥାନ ପାଇଛନ୍ତି ଅଭିନେତା ଜ୍ୟୋତିରଞ୍ଜନ ନାୟକ, କଣ୍ଠଶିଳ୍ପୀ ପ୍ରଜ୍ଞା ହୋତା ଓ ଅଭିନେତ୍ରୀ ସାୟାଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.