ଆଦିବାସୀ ପିଲାଙ୍କ ଶିକ୍ଷାଦାତ୍ରୀ ସାଜିଛନ୍ତି ଏହି ଗୃହିଣୀ, ନିଶା ତାଙ୍କର ନିରକ୍ଷରତା ବିରୋଧରେ ଲଢ଼େଇ

କଥାରେ ଅଛି ଜ୍ଞାନ ବାଣ୍ଟିଲେ ଜ୍ଞାନ ବଢ଼େ। ଆଉ ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ ମହିଳା। ସେ ଏହା ପ୍ରମାଣିତ କରି ଦେଖାଇଛନ୍ତି ଯେ ଜ୍ଞାନକୁ ଖାଲି ଖାତା ବହିରେ କିମ୍ବା ମନରେ ରଖିଦେଲେ ହବନି, ତାକୁ ଆଦାନପ୍ରଦାନ କରିବା ମଧ୍ୟ ଜରୁରୀ। ଜ୍ଞାନ ଦ୍ବାରା ଯଦି କାହାର ଭବିଷ୍ୟତ ଗଢ଼ାଯାଇହେବ ତାହେଲେ କଣ ପାଇଁ ଜ୍ଞାନକୁ ପରିପ୍ରକାଶ କରିବାନାହିଁ।

କଟକ ଆଠଗଡ ବ୍ଲକ ଜେନାପଦା ଗାଁର ସୁରେଖା ଖଟୁଆ ନାମକ ଜଣେ ମହିଳା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ନିଜ ଗାଁ ପାଖରେ ଥିବା ମଠସାହି ନାମକ ଏହି ଗ୍ରାମରେ ୬ଟି ଆଦିବାସୀ ପରିବାରର ପାଖାପାଖି ୨୫ ରୁ ଅଧିକ ଲୋକ ବସବାସ କରନ୍ତି। ଆଠଗଡ ସହରଠୁ ମାତ୍ର ଆଠ କିଲୋମିଟର ଦୂର ଏହି ଆଦିବାସୀ ସାହିରେ ୧୦ ରୁ ୧୫ ଜଣ ପିଲା ଅଛନ୍ତି। ଶିକ୍ଷା କଣ ଜାଣିନଥିବା ଏହି ପିଲାମାନେ ଆଜି ପର୍ଯ୍ୟନ୍ତ ଶିକ୍ଷାର ପରିଭାଷାକୁ ବୁଝି ନାହାନ୍ତି। ଏହି ଅଦିବାସୀ ଅଧ୍ୟୁଷିତ ପିଲାମାନଙ୍କ ଭବିଷ୍ୟତ ଗଢ଼ି ତୋଳିବା ପାଇଁ ଆଗେଇ ଆସିଛନ୍ତି ଘର କାମ ସମ୍ଭାଳୁଥିବା ଏହି ମହିଳା ଜଣଙ୍କ।

womenପ୍ରତିଦିନ ନିଜ ଘରର ସମସ୍ତ କାମ ସାରି ସ୍କୁଲ ସମୟ ଭଳି ସକାଳ ୧୦ଟାରେ ପାଖାପାଖି ୨ କିଲୋମିଟର ଚାଲି ଚାଲି ଆସି ପହଁଚନ୍ତି ଏହି ଆଦିବାସୀ ସାହିରେ। ନିଜ ହାତରୁ ସମସ୍ତ ଟଙ୍କା ଖର୍ଚ୍ଚ କରନ୍ତି ସେ। ତେବେ ତାଙ୍କର ଏହି ମହାନକୁ ପ୍ରଶଂସା କରି ଏହି କାର୍ଯ୍ୟରେ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଗାଁର ଜଣେ ବ୍ରୁଦ୍ଧ ମହିଳା। ସୁରେଖା କୁହନ୍ତି ମୋତେ ପିଲାମାନଙ୍କ ସହ ଦିନ ବିତାଇ ଓ ପିଲାମାନଙ୍କୁ ପାଠ ପଢ଼ାଇ ବହୁତ ଖୁସି ଏବଂ ଆନନ୍ଦ ମିଳେ। ତେବେ ସେ ଆହୁରି ମଧ୍ୟ କୁହନ୍ତି ଯେ ମୋର ଲକ୍ଷ୍ୟ ପାଠ କଣ ଜାଣିନଥିବା ଏହି ପିଲାଙ୍କୁ ଶିକ୍ଷିତ କରାଇବା ଏବଂ ସେମାନଙ୍କ ଭବିଷ୍ୟତ ଗଢ଼ିବା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.