ବିଶ୍ୱକର୍ମା ପୂଜାରେ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ମରଣାତ୍ମକ ଆକ୍ରମଣ, ଜଣେ ଯୁବକଙ୍କୁ ମାଡ ମାରି ଲହୁ ଲୁହାଣ କଲେ କିଛି ଦୁର୍ବୃତ୍ତ

ବ୍ରହ୍ମପୁର(କେନ୍ୟୁଜ୍): ଜଣେ ଯୁବକଙ୍କୁ କୌଣସି କାରଣକୁ ନେଇ କିଛି ଯୁବକ ମାଡ଼ ମାରୁଥିବା ନେଇ ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ। ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ୍‌ ଅନୁଷ୍ଠାନ ପରିସରରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ବ୍ରହ୍ମପୁର ଆଇଟିଆଇ ପରିସରରେ ବିଶ୍ୱକର୍ମା ପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ପ୍ରବଳ ଭିଡ଼ ହୋଇଥିଲା।

ତାରି ଭିତରେ ଜଣେ ଯୁବକଙ୍କୁ କିଛି ଯୁବକ ଆକ୍ରମଣ କରିଥିଲେ। ଯୁବକଙ୍କ ମୁଣ୍ଡ ଓ କାନରେ ଆଘାତ ଲାଗିଥିବା ବେଳେ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଯୁବକଙ୍କୁ କିଏ ଓ କଣ ପାଇଁ ଆକ୍ରମଣ କରିଛି ତାହା ସ୍ପଷ୍ଟ ହୋଇନାହିଁ।.

Leave A Reply

Your email address will not be published.