ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ସାଇକେଲରେ ଦେଲେ ସଚେତନ ବାର୍ତ୍ତା

ପିପିଲି(କେନ୍ୟୁଜ): ବର୍ତ୍ତମାନ ଦିନକୁ ଦିନ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି । ଦିଲ୍ଲୀ ଓ ମହାରାଷ୍ଟ୍ରରେ ବାୟୁ ପ୍ରଦୂଷଣର ମାତ୍ରା ଏତେ ବଢିବାକୁ ଲାଗିଛି ଯେ ଯାହା ପାଇଁ ରାଜ୍ୟ ସରକାର ଖିଛି ସମୟ ପାଇଁ ସ୍କୁଲ ଓ ଅଫିସ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଫିସ ମାନଙ୍କରେ ୫୦ ପ୍ରତିଶତ କର୍ମଚାରୀରେ କାମ ହେବ ବୋଲ ଦିଲ୍ଲୀ ସରକାରଙ୍କ ତରଫରୁ କୁହାଯାଇଛି ।

ତେବେ ଦେଖିବାକୁ ଗଲେ ଓଡିଶାରେ ଅନ୍ୟ ରାଜ୍ୟ ତୁଳନାରେ ପ୍ରଦୂଷଣର ମାତ୍ରା କମ ରହିଛି କିନ୍ତୁ ଓଡିଶାରେ ରହିଥିବା ପ୍ରଦୂଷଣର ମାତ୍ରାକୁ ମଧ୍ୟ କମ କୁହାଯାଇ ନପାରେ । କାରଣ ଅଧିକ ପ୍ରଦ୍‌ୂଷଣ ହେଉଥିବା ସିଟି ଗୁଡିକ ହେଉଛି ହାପୁର , ନୂଆ ଦିଲ୍ଲୀ , ହିସାର, କଲ୍ୟାନ,ବୁଲନ୍ଦସର , ଫରିଦାବାଦ,ସୋନିପାଦ,ରାମପୁର,ସମ୍ଭଲ ଓ ଗାଜିଆବାଦ । ଏହାଛଡା ଅହମଦାବାଦ, ବାଙ୍ଗାଲୋର,ମୁମ୍ବାଇ,ପୁନେ,ଚେନ୍ନାଇ,ହାଇଦ୍ରାବାଦ ଓ କୋଲକାତାରେ ମଧ୍ୟ ଏୟାର ପଲ୍ୟୁସନ ଲେଭେଲ ଅଧିକ ରହୁଛି । ପ୍ରଦୂଷଣର ମାତ୍ରା ଏତେ ବଢିଛି ଯେ ଯାହା ଫଳରେ ସୂର୍ଯ୍ୟ ଜଲ୍ଦି ଉଦୟ ହେବା ପରେ ମଧ୍ୟ ଡେରିରେ ଦେଖାଯାଉଛନ୍ତି ।

କୋଭିଡ ପରେ ଅଧିକ ଯାନ ବାହାନ ଯାତାୟତ ପାଇଁ ମଧ୍ୟ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି । ତେବେ ଏୟାର କ୍ୱାଲିଟି ଇଣ୍ଡେକ୍ସ ଅନୁଯାୟୀ ବର୍ତ୍ତମାନ ଓଡିଶାର ଏୟାର ପଲ୍ୟୁସନ ଲେଭେଲ ରହିଛି ୧୪୧ , ଯାହାକି ପୁଅର । ଭୁବନେଶ୍ୱରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୧୪୪ ଥିବା ବେଳେ , ବ୍ରହ୍ମପୁରରେ ୧୪୯,କଟକରେ ୧୨୬,ଜଟଣାରେ ୧୪୧,କୋଣାର୍କରେ ୧୪୩,ପୁରୀରେ ୧୨୩ , ରାଉରକେଲାରେ ୧୭୩ ଓ ସମ୍ବଲପୁରରେ ୧୪୨ ରହିଛି । ଏସବୁ ପୁଅର ଏୟାର କ୍ୱାଲିଟି । ଯେବେକି ଭଲ ଏୟାର କ୍ୱାଲିଟିର ରେଟ ହେଉଛି ବିଲୋ ୫୦ ।

ତେବେ ଯେଉଁ ପରିମାଣରେ ଦେଶରେ ଏବେ ବାୟୁ ପ୍ରଦୁଷଣ ବଢିବାରେ ଲାଗିଛି । ତାହା ବର୍ତ୍ତମାନ ଜିବ ଜଗତ ପାଇଁ ଚିନ୍ତାର କାରଣ ପାଲଟିଛି । ତେଣୁ ଏଥିରୁ ବର୍ତିବା ପାଇଁ ଆମେ ସମସ୍ତେ ସାଇକେଲ ଚଲାଇବା ଦରକାର ବୋଲି କହିଛନ୍ତି ପୁରୀ ଜିଲ୍ଲା ଡ଼େଲାଙ୍ଗ ବୋଳକଣଶ ଗ୍ରାମର ପରିବେଶବିତ୍‌ ବିଶ୍ୱଜିତ ପରିଡ଼ା । ପରିବେଶ ସୁରକ୍ଷା ବାର୍ତ୍ତା ନେଇ ମୁନିଦା ସ୍କୁଲରୁ ଏକ ସାଇକେଲ ଯାତ୍ରାରେ ଗୋପ ଅଭିମୁଖେ ବାହାରିଛନ୍ତି ସେ । ତେଣୁ ପରିବେଶ ସୁରକ୍ଷା ପାଇଁ ବାର୍ତ୍ତା ଦେଉଥିବାରୁ ତାଙ୍କୁ ମୁନିଦା ସ୍କୁଲରେ ଭବ୍ଯ ସମ୍ବର୍ଦ୍ଧନା ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.