ଦେଶଭକ୍ତି ଆଉ ସଚେତନତାର ବାର୍ତ୍ତା ଦେଲେ ପୂର୍ବତନ ସେନା କର୍ମଚାରୀ, ତ୍ରିରଙ୍ଗାକୁ ସମ୍ମାନ ପରିବେଶ ସୁରକ୍ଷା

ଆଠଗଡ଼ : ସବୁଠି ଚାଲିଛି ହର ଘର ତ୍ରିରଙ୍ଗା ଅଭିଯାନ । ସାରା ଦେଶକୁ ଏକ ଐତିହାସିକ ଜନ ଆନ୍ଦୋଳନରେ ସାମିଲ କରାଇବା ପାଇଁ ନିଆରା ପ୍ରାୟାସ ଚାଲିଛି । ଏଥିରେ ସାମିଲ ହୋଇଛନ୍ତି ଯୁବ ସଂଗଠକ ତଥା ଅବସପ୍ରାପ୍ତ ସେନା କର୍ମଚାରୀ ଅଭୟ କୁମାର ବାରିକ । ସ୍ଥାନୀୟ ରଥାଗଡା ଠାରୁ ଆରମ୍ଭ କରି ସମସ୍ତ ବ୍ୟବସାୟିକ ଅନୁଷ୍ଠାନର ବ୍ୟକ୍ତି ବିଶେଷଙ୍କୁ ଜାତୀୟ ପତାକା ବଣ୍ଟନ କରିଛନ୍ତି । ହର ଘର ତ୍ରିରଙ୍ଗା ନରାରେ ସାମିଲ ହେବା ପାଇଁ ଆହ୍ଵାନ ଦେଇଛନ୍ତି ।

ଆହୁରି ମଧ୍ୟ ଚାନ୍ଦବାଲି ଛକ ନିକଟରେ ଏକ ଅସ୍ଥାୟୀ ଶିବିର କରି ରାସ୍ତାରେ ଯାଉଥିବା ଲୋକମାନଙ୍କୁ ତ୍ରିରଙ୍ଗା ପତାକା ସହ ଶହ ଶହ ଚାରା ବଣ୍ଟନ କରିଛନ୍ତି । ତାଙ୍କର ଏଭଳି କାର୍ଯ୍ୟକ୍ରମକୁ ସମସ୍ତେ ପ୍ରଶଂସା କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.