ହାଇକୋର୍ଟରେ ବାବୁସାନଙ୍କ ଆଗୁଆ ଜାମିନ ମାମଲା: ପୂର୍ଣ୍ଣଛେଦ ଦେଲେ ହାଇକୋର୍ଟ

କେନ୍ୟୁଜ୍(ବ୍ୟୁରୋ):  ହାଇକୋର୍ଟରେ ବାବୁସାନଙ୍କ ଆଗୁଆ ଜାମିନ ମାମଲାରେ ପୂର୍ଣ୍ଣଛେଦ ଟାଣିଲେ ହାଇକୋର୍ଟ । କମିଶନରେଟ ପୋଲିସ ବାବୁସାନଙ୍କୁ ସିଆରପିସିର ଧାରା ୪୧(କ) ଅନୁଯାୟୀ ନୋଟିସ ଜାରି କରିଛି । ସେଥିରେ ଦସ୍ତଖତ କରିଛନ୍ତି ବାବୁସାନ । ଏ ସମ୍ପର୍କରେ ହାଇକୋର୍ଟଙ୍କୁ ବାବୁସାନଙ୍କ ଓକିଲ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ଅବଗତ କରାଇଛନ୍ତି । ଏଭଳି ସ୍ଥିତିରେ ବାବୁସାନଙ୍କ ଗିରଫଦାରୀର ଆଶଙ୍କା ନାହିଁ ।

ବାବୁସାନ ତଦନ୍ତରେ ସହଯୋଗ କରୁଥିବାରୁ ମାମଲାରେ ପୂର୍ଣ୍ଣଛେଦ ଟାଣିଛନ୍ତି ହାଇକୋର୍ଟ । ଜୁଲାଇ ୨୩ ତାରିଖରେ ବାବୁସାନ-ପ୍ରକୃତି ଓ ତୃପ୍ତିଙ୍କ ଭିତରେ ଝଗଡ଼ା ହୋଇଥିଲା । ଏନେଇ ଖାରବେଳନଗର ଥାନାରେ ପ୍ରକୃତିଙ୍କ ପରିବାର ଓ ବାବୁସାନଙ୍କ ପତ୍ନୀ ତୃପ୍ତି ଏତଲା ଦେଇଥିଲା । ତୃପ୍ତିଙ୍କ ଅଭିଯୋଗ ଆଧାରରେ ବାବୁସାନଙ୍କ ବିରୋଧରେ ଆଇପିସିର ଦଫା ୪୯୮-ଏ ଓ ୫୦୬ ଦଫା ଲାଗିଥିଲା । ଏହାପରେ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବାବୁସାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.