ଆଜି ଥାନାରେ ହାଜର ହେବେ ବାବୁସାନ୍‌, ପଚରାଉଚରା କରିବ ଖାରବେଳନଗର ଥାନା ପୋଲିସ୍

ଭୁବନେଶ୍ୱର(କେନ୍ୟୁଜ୍): ଆଜି ଥାନାରେ ହାଜର ହେବେ ବାବୁସାନ୍‌। ଖାରବେଳନଗର ଥାନା ପୋଲିସ ବାବୁସାନଙ୍କୁ ପଚରାଉଚରା କରିବ ବୋଲି ସୂଚନା ମିଳିଛି ।ସବୁ କଥା କହିବି କହିବି କହୁଥିବା ବାବୁସାନ କହିବେ ମନର କଥା ? ଚେନ୍ନାଇରୁ ଭୁବନେଶ୍ୱର ଫେରିବାକୁ ତିନି ଦିନ ହେଲାଣି । ବାପା ମାଆଙ୍କ ସହ ଘରେ ଅଛନ୍ତି । କିନ୍ତୁ ଏଯାଏ ତାଙ୍କୁ ପଚରାଉଚରା କରିନି ପୋଲିସ । ବାବୁସାନଙ୍କ ନାଁରେ IPCର ଦଫା ୪୯୮-ଏ ଓ ୫୦୬ରେ ମାମଲା ରୁଜୁ ହୋଇଛି । ଏତଲାରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପତ୍ନୀ ତୃପ୍ତି ।

ବୈବାହିକ ଜୀବନରେ ଅଶାନ୍ତି, ପରକୀୟା ପ୍ରୀତି, ନିଶା ଖାଉଥିବା ଭଳି ସଙ୍ଗୀନ ଅଭିଯୋଗ ରହିଛି । ତଥାପି ବାବୁସାନଙ୍କୁ କାହିଁକି ଏଯାଏ ପଚରାଉଚରା ହୋଇନି ? ଷ୍ଟାର ପାଓ୍ଵାର ଆଗରେ ଫିକା ପଡୁଛି କି ପୋଲିସ ପାଓ୍ଵାର ? ଏମିତି ଚର୍ଚ୍ଚା ଭିତରେ ଆଜି ବାବୁସାନ ଥାନାରେ ହାଜରେ ହେବ ବୋଲି ସୂଚନା ମିଳିଛି । । ଆଗକୁ ତୃପ୍ତିଙ୍କ ଅଭିଯୋଗ ସହ ଦାମ୍ପତ୍ୟ ଜୀବନରେ ଅଶାନ୍ତି ଓ ପରକୀୟା ପ୍ରୀତି ଅଭିଯୋଗ ନେଇ ବାବୁସାନଙ୍କୁ ପଚରାଉଚରା କରିବ ପୋଲିସ ।

ଏମିତିକି ପ୍ରକୃତି ବିଭିନ୍ନ ସମୟରେ ତାଙ୍କୁ ଓ ବାବୁସାନଙ୍କୁ ଧମକ ବି ଦେଉଥିବା ଏତଲାରେ ଲେଖିଛନ୍ତି ତୃପ୍ତି । ଏବେ ତାଙ୍କର ଓ ପୁଅର ଜୀବନ ପ୍ରତି ବିପଦ ରହିଛି । ଗତ ୨୩ ତାରିଖରେ ବାବୁସାନଙ୍କ ଗାଡ଼ିରେ ପ୍ରକୃତି ମିଶ୍ରଙ୍କୁ ଦେଖି ରାସ୍ତାରେ ଝଗଡ଼ା କରିଥିଲେ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ । ଯାହାର ଭିଡିଓ ଭାଇରାଲ୍‌ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.