ଗଜପତି ମହେନ୍ଦ୍ରଗଡ ଗାଁରେ ଅଘଟଣ: କୂଅରେ ପଡି ଶିଶୁ ମୃତ, ୧୪ଘଣ୍ଟା ପରେ କରାଗଲା ଉଦ୍ଧାର

ମୋହନା(କେନ୍ଯୁଜ୍): ଗଜପତି ଜିଲ୍ଲା ଆର୍ ଉଦୟଗିରି ଥାନା ଅନ୍ତର୍ଗତ ମହେନ୍ଦ୍ରଗଡ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଘର ପଛପଟେ ଥିବା ଏକ କୁଅ ପାଖରେ ଖେଳୁଥିବା ସମୟରେ ଦୁଇ ବର୍ଷର ଶିଶୁପୁତ୍ର କୁଅ ଭିତରେ ଖସି ପଡି ମୃତ୍ୟୁ ବରଣ କରିଛି । ମୃତକ ଗଞ୍ଜାମ ଜ଼ିଲ୍ଲା ଦିଗପହଣ୍ଡି ନିକଟସ୍ଥ ମାଟିଆପୁର ଗ୍ରାମର ଦିଲ୍ଲୀପ ପାତ୍ରଙ୍କ ଦୁଇ ବର୍ଷର ଶିଶୁପୁତ୍ର କ୍ରିଷ୍ଣା ପାତ୍ର l

ମିଳିଥିବା ସୂଚନା ପ୍ରକାରେ ଦିଲ୍ଲୀପ ତାଙ୍କ ପରିବାର ସହ ମହେନ୍ଦ୍ରଗଡ଼ରେ ରହୁଥିବା ନିଜ ଭାଇ ଘରକୁ ବୁଲିବାକୁ ଆସିଥିଲେ। ଶିଶୁଟି ଗତକାଲି ସନ୍ଧ୍ୟା ସମୟରେ ସ୍ଥାନୀୟ କିଛି ପିଲାଙ୍କ ସହ ଖେଳୁଥିବା ବେଳେ ହଠାତ କୂଅ ଭିତରକୁ ଖସି ପଡିଥିଲା। ସଙ୍ଗେ ସଙ୍ଗେ ଜଣେ ବ୍ୟକ୍ତି କୂଅ ଭିତରକୁ ଯାଇ ଶିଶୁଟିକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ କୂଅର ନନ୍ଦ ଖସି ଯିବାରୁ ତାହା ସମ୍ଭବ ହୋଇନଥିଲା। ପରେ ଖବର ପାଇ ଆର୍ ଉଦୟଗିରି ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ l

କୂଅ ନିକଟରେ ଜେସିପି ମେସିନ ସହାୟତାରେ ଏକ ଗାତ ଖୋଳି ଦୀର୍ଘ ୧୪ଘଣ୍ଟାର ଅପରେସନ ପରେ ଶିଶୁଟିର ମୃତଦେହ ଉଦ୍ଧାର କରାଯାଇଛି l ପୋଲିସ ମୃତ ଦେହକୁ ଜବତ କରି ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ଏମକେସିଜି ମେଡିକାଲ ପଠାଇ ତଦନ୍ତ କରୁଛି ।

Leave A Reply

Your email address will not be published.