ଗଜପତି: ମହୁମାଛି ଆକ୍ରମଣରେ ଶିଶୁପୁତ୍ର ମୃତ, ପରିବାର ୭ ଆହତ

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ଅଡବା ଥାନା ଅନ୍ତର୍ଗତ ପାଲଡା ଗ୍ରାମରେ ଜଙ୍ଗଲୀ ମହୁମାଛି ଆକ୍ରମଣ ରେ ଗୋଟିଏ ପରିବାରର ୭ ଜଣ ସଦସ୍ୟ ଆହତ ହୋଇଥିବା ବେଳେ ଜଣେ ଶିଶୁର ମୃତ୍ୟୁ ଘଟିଛି ମୃତକ ସେହି ଗ୍ରାମର ରବିଶଙ୍କର ମଳିକ ଙ୍କ ୫ ବର୍ଷର ଶିଶୁ ପୁତ୍ର ଶିବରାମ ମଳିକ । ଆହତ ମାନେ ହେଲେ ରବିଶଙ୍କର ମଳିକ(୨୭), ରଞ୍ଜିତା ମଳିକ(୨୪), ଶିବଶଙ୍କର ମଳିକ(5), ସାନବର ମଳିକ (୪୫), ବଳରାମ ମଳିକ (୮), ପ୍ରଦୀପ ମଳିକ (୬)ଏବଂ ନକୁଳ ମଳିକ (୫)।

ଗତକାଲି ଅର୍ଥାତ ରବିବାର ଅପରାହ୍ନ ଗୋଟାଏ ସମୟରେ ପରିବାର ସଦସ୍ୟ ମାନେ ଗାଈ ଚରାଇବା ପାଇଁ ଗ୍ରାମ ନିକଟସ୍ଥ ବଗଡ଼ କୁ ଯାଇଥିବା ବେଳେ ଜଙ୍ଗଲୀ ମହୁମାଛି ସେମାନଙ୍କୁ ଆକ୍ରମଣ କରିଥିଲା l ସମସ୍ତ ଆହତ ପ୍ରଥମେ ଅଡବା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି ହୋଇଥିବା ବେଳେ ସେଠାରେ ଶିବରାମ (୫) ଙ୍କ ମୃତ୍ୟୁ ହୋଇଥିଲା, ପରେ ଆହତ ମାନଙ୍କୁ ମୋହନା ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସମସ୍ତ ଙ୍କ ସ୍ୱାସ୍ଥ୍ୟବସ୍ତା ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି । ଅନ୍ୟପଟେ ମୃତ ଶିଶୁ ଟିର ଅନ୍ତିମ ସଂସ୍କାର ଗ୍ରାମରେ କରାଯାଇଛି । ଏନେଇ ଅଡବା ପୋଲିସ ଥାନାରେ କୋଣସି ଅଭିଯୋଗ ହୋଇନଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.