ମା’ ସହିତ ଗାଧୋଇବାକୁ ଯାଇଥିବାବେଳେ ନଦୀରେ ଭାସି ଯାଇ ଶିଶୁ ମୃତ

ନୟାଗଡ଼(କେନ୍ୟୁଜ୍): ନଦୀରେ ଭାସି ଯାଇ ଜଣେ ଶିଶୁର ମୃତ୍ୟୁ। ନୟାଗଡ଼ ଜିଲ୍ଲା ଓଡଗାଁ ଆଦର୍ଶ ଥାନା ଗୌଡ଼ପୁଟ ଗାଁରେ ଆଜି ସକାଳେ ଏହି ଅଭାବନୀୟ ଘଟଣା ଘିଟିଛି। ଆଜି ସକାଳେ ୭ଟା ସମୟରେ ଗୌଡପୁଟ ଜଗନ୍ନାଥ ସାହିର ଶାନ୍ତିଲତା ବାରିକ ତାଙ୍କ ଶିଶୁକୁ ନେଇ ଗାଧୋଇବାକୁ ଯାଇଥିଲେ।

ଅସାବଧନତା ଯୋଗୁ ପିଲାଟି ନଦୀ ଭିତରକୁ ଖସି ଯାଇଥିଲା। ମାଆ ଶାନ୍ତିଲତା ବହୁତ ଖୋଜାଖୋଜି ପରେ ନପାଇ ଗାଁ ଲୋକଙ୍କୁ ଖବର ଦେଇଥିଲେ। ବହୁ ଖୋଜାଖୋଜି ପରେ ୧୦୦ମିଟର ଦୂରରେ ପିଲାଟିକୁ ଦେଖି ସ୍ଥାନୀୟ ବାସିନ୍ଦା ଉଦ୍ଧାର କରିଥିଲେ। ପରେ ଓଡଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.