ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହେଉଛି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା

ଆଗରେ ସଂକିର୍ତ୍ତନ ପଛରେ ଛେରା ପହଁରା । ହଜାର ହଜାର ଭକ୍ତଙ୍କ ସମାଗମରେ ବାଜୁଛି ଘଣ୍ଟ,ଶଙ୍ଖ,ବଜା,ଏହା ସହ ଭକ୍ତଙ୍କ ହୁଳହୁଳି ଏବଂ କରତାଳିରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ । ଆଉ ଏହାରି ଭିତରେ ଝୁଲି ଝୁଲି ମନ୍ଦିରକୁ ଫେରୁଛନ୍ତି ପ୍ରଭୁ ଦଧିବାମନ । ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର ଭାବେ ପରିଚିତ ବରଗଡ ଜିଲ୍ଲା ଭଟଲି ଠାରେ ପୂଜା ପାଉଥିବା ଦଧିବାମନଙ୍କ ରଥ ଯାତ୍ରା ନିଆଁରା । ବରଗଡ ଜିଲ୍ଲାର ଭଟଲି ଠାରେ ଦଧିବାମନ ମହାପ୍ରଭୁଙ୍କ ବାହୁଡାଯାତ୍ରା ଭକ୍ତି ଓ ଶ୍ରଦ୍ଧାର ସହିତ ସମାପନ ହୋଇଛି । ପ୍ରଭୁ ଦଧିବାମନଙ୍କ ଦର୍ଶନ ପାଇଁ ଭାବ ବିହ୍ଵଳ ଶ୍ରଦ୍ଧାଳୁ । ଦୁଇ ବର୍ଷର କୋଭିଡ କଟକଣା ପରେ ଭକ୍ତ ଓ ଭଗବାନ ହୋଇଛନ୍ତି ଏକାକାର ।

କୁହାଯାଏ ସପ୍ତଦଶ ଶତାବ୍ଦୀରେ ସମ୍ବଲପୁର ରାଜା ବଳିଆର ସିଂଙ୍କ ରାଜ କାଳରେ ଭକ୍ତ ପରମାନନ୍ଦ ସାହୁ ଙ୍କ ଅନନ୍ଯ ଭକ୍ତି ଓ ପରାକାଷ୍ଟା ରେ ପ୍ରୀତ ହୋଇ ପ୍ରଭୁ ଜଗନ୍ନାଥ ଏଠି ସ୍‌ୟଂ ପ୍ରଭୁ ରୂପରେ ଅର୍ଭିଭୂତ ହୋଇଛନ୍ତି । ଭଟଲି କ୍ଷେତ୍ରରେ ମହାପ୍ରଭୁ ଙ୍କର ମଣି ବିଘ୍ରହ ପୂଜା ପାଉଛନ୍ତି । ଏହି ଅବସରରେ ହଜାର ହଜାର ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ତରଫରୁ ବ୍ଯାପକ ବ୍ଯବସ୍ଥା କରାଯାଇଥିଲା ।

ସେହିପରି ଆଜି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଠାରେ ନୀତି ପରମ୍ପରା ଅନୁଯାୟୀ ଆରମ୍ଭ ହୋଇଛି ବାହୁଡା ଯାତ୍ରା । ପରମ୍ପରା ମୁତାବକ ପୁରୀ ରଥଯାତ୍ରାର ଗୋଟିଏ ଦିନ ପରେ ଆରମ୍ଭ ହୁଏ ଏହି ବାହୁଡା ଯାତ୍ରା । ଗତକାଲି ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୁର୍ତ୍ତୀ ରଥାରୂଢ ହୋଇ ଭକ୍ତଙ୍କୁ ଦର୍ଶନ ଦେବା ପରେ ଆଜି ହେବ ପ୍ରଥମ ଦିନ ରଥ ଟଣା । ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ରଥଟଣା ଆରମ୍ଭ ହୋଇ ଶ୍ରୀମନ୍ଦିର ପହଁଚିବା ପରେ ଆରମ୍ଭ ହେବ ଦେବୀ ସୁଭଦ୍ରାଙ୍କ ରଥଟଣା । ପରମ୍ପରା ମୁତାବକ କେବଳ ମହିଳା ମାନେ ଏହି ସୁଭାଦ୍ରାଙ୍କ ଦର୍ପଦଳନ ରଥକୁ ଟାଣିବେ ।

ସେହିଭଳି ଆସନ୍ତା କାଲି ଦ୍ୱିତୀୟ ଦିନରେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥ ଟଣା ହେବା ପରେ ଆରମ୍ଭ ହେବ ମହାପ୍ରଭୁ ବଳଭଦ୍ରଙ୍କ ରଥଟଣା କାର୍ଯ୍ୟକ୍ରମ । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ବ୍ୟବସ୍ତା ଚୁଡାନ୍ତ ହୋଇଛି । ଏହିଭଳି ଆଜି ଓ କାଲି ୨ ଦିନ ଧରି ଚାଲିବ ରଥଟଣା କାର୍ଯ୍ୟକ୍ରମ । ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି । ୨୫ ପ୍ଲାଟୁନ ଫୋର୍ସ, ୮୦ ଜଣ ଅଧିକାରୀ , ୨ ଜଣ ଏଏସ୍‌ପି ଓ ୫ ଜଣ ଡିଏସପିଙ୍କୁ ମୁତୟନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.