ବିଜେପିରେ ଯୋଗ ଦେବେ କି ବୈଜୟନ୍ତ ! ସମୀର ଦେ’ଙ୍କ ବାସଭବନରେ କାହିଁକି ବିଜେଡିର ନିଲମ୍ବିତ ସାଂସଦ ?

baijayant-sameerଭୁବନେଶ୍ବର: ବରିଷ୍ଠ ବିଜେପି ନେତା ସମୀର ଦେ’ଙ୍କ କଟକ ସ୍ଥିତ ବାସଭବନରେ ବିଜେଡିର ନିଲମ୍ବିତ ସାଂସଦ ବୈଜୟନ୍ତ ପଣ୍ଡା। ଏହାକୁ ନେଇ ରାଜନୈତିକ ମହଲରେ ଏବେ ଚର୍ଚ୍ଚା ଜୋର ଧରିଛି । ଗତକାଲି ବୈଜୟନ୍ତଙ୍କୁ ସମୀର ଦେ’ଙ୍କ ଘରେ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ବହୁ ବିଜେପି ନେତା ଓ କର୍ମୀ ଉପସ୍ଥିତ ଥିଲେ ।

ତେବେ ବୈଜୟନ୍ତଙ୍କ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ରହିଛି । ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି ସମୀର ଦେ କହିଛନ୍ତି । ଏବେ କୌଣସି ଦଳରେ ନଥିବା ବୈଜୟନ୍ତ ଯଦି ବିଜେପିରେ ଯୋଗ ଦିଅନ୍ତି ଏବଂ କଟକ ଆସନରୁ ନିର୍ବାଚନ ଲଢ଼ନ୍ତି ତେବେ ସେ ସ୍ୱାଗତ କରିବେ ବୋଲି ସମୀର ଦେ କହିଛନ୍ତି । ଅନ୍ୟପକ୍ଷରେ କିଏ କାହା ଘରକୁ ଯିବ ତାହା ବ୍ୟକ୍ତିଗତ କଥା । ତେବେ କଟକ ହେଉଛି ବିଜେଡିର ଗଡ଼ । ତେଣୁ ବିଚଳିତ ହେବାର କିଛି ନାହିଁ ବୋଲି ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.