ପୁଅ ମୋର କଳାଠାକୁର ସବୁ ସମ୍ପତ୍ତି ଏବେ ତାର, ଜମି ବିକି ମହାପ୍ରଭୁଙ୍କୁ ୨୦ ଲକ୍ଷ ଟଙ୍କା ଦାନ କରିଦେଲେ ବୃଦ୍ଧା

ବାଲେଶ୍ୱର(କେନ୍ୟୁଜ୍): ଜମି ବିକି ମହାପ୍ରଭୁଙ୍କୁ ୨୦ ଲକ୍ଷ ଟଙ୍କା ଦାନ । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ସଦାନନ୍ଦପୁରର ସୁପ୍ରଭା ପଣ୍ଡା ନିଜ ଜମି ବିକି ଶ୍ରୀମନ୍ଦିର ଫାଉଣ୍ଡେସନକୁ ୨୦ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ଚେକ ଗ୍ରହଣ କରିବା ସହ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ଦେଇ ତାଙ୍କୁ ସମ୍ମାନିତ କରାଯାଇଛି । ସଦାନନ୍ଦପୁରର ପଙ୍କଜକାନ୍ତ ପଣ୍ଡା ଓ ତାଙ୍କ ପତ୍ନୀ ସୁପ୍ରଭା ପଣ୍ଡାଙ୍କ କୌଣସି ସନ୍ତାନସନ୍ତତି ନାହାନ୍ତି । ପଙ୍କଜକାନ୍ତ ପଣ୍ଡା କମର୍ସିଆଲ ଟାକ୍ସ ଅଫିସର ଭାବେ ଚାକିରି କରି ଅବସର ନେଇଥିଲେ ।

ଚାକିର କାଳରେ ମହାପ୍ରଭୁଙ୍କୁ କିଛି ଦାନ କରିବାକୁ ସେ ଇଚ୍ଛା ପ୍ରକାଶ କରିଥିଲେ । ୨୦୨୧ ମସିହାରେ ତାଙ୍କର ପରଲୋକ ଘଟିଥିଲା । ଏହାପରେ ମହାପ୍ରଭୁଙ୍କୁ ଦାନ ପାଇଁ ସୁପ୍ରଭା ପଣ୍ଡା କଟକରେ ଥିବା ନିଜ ଜମିକୁ ୩୫ ଲକ୍ଷ ଟଙ୍କାରେ ବିକି ଦେଇଥିଲେ । ଗତକାଲି ପୁରୀ ଆସି ସେ ୨୦ ଲକ୍ଷ ଟଙ୍କା ଚେକ୍‌ ଶ୍ରୀମନ୍ଦିରକୁ ଦାନ କରିଛନ୍ତି । ବାକି ୧୫ ଲକ୍ଷ ଟଙ୍କା ବସ୍ତା ଶମ୍ଭୁନାଥ ହାଇସ୍କୁଲ ମୋ ସ୍କୁଲ ଅଭିଯାନକୁ ପ୍ରଦାନ କରିଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.