ଅନୁଗୁଳରେ ପୁଣି ବ୍ୟାଙ୍କ ଡକାୟତି : ଲକରରୁ ସବୁ ସୁନା ଲୁଟିନେଲେ ଦୁର୍ବୃତ୍ତ

odisha bank robbery

ଅନୁଗୁଳ : ଅନୁଗୁଳରେ ପୁଣି ବ୍ୟାଙ୍କ ଡକାୟତି । ଅନୁଗୁଳ ହରମଉରି ଛକ ନିକଟ ଇଣ୍ଡିଆନ୍‌ ବ୍ୟାଙ୍କ ଶାଖାରୁ ଡକାୟତି ହୋଇଛି । ୪ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଡକାୟତି କରିଛନ୍ତି । ୪ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ହେଲମେଟ୍‌ ପିନ୍ଧିଥିବାବେଳେ ଅନ୍ୟ ତିନି ଜଣ ମୁଖା ପିନ୍ଧିଥିଲେ । ବ୍ୟାଙ୍କ ମ୍ୟାନେଜରଙ୍କୁ ଦୁର୍ବୃତ୍ତମାନେ ମାଡ଼ ମାରିଥିଲେ । ମ୍ୟାନେଜର ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଲକରରୁ ଦୁର୍ବୃତ୍ତ ସବୁ ସୁନା ଲୁଟ୍‌ କରି ନେଇଥିବା ସୂଚନା ମିଳିଛି । ତେବେ କେତେ ଟଙ୍କା ଲୁଟ ହୋଇଛି, କିଛି ସ୍ପଷ୍ଟ ହୋଇ ନାହିଁ । ଗତ ଏପ୍ରିଲରେ ଆନ୍ଧ୍ରା ବ୍ୟାଙ୍କ ଓ ଏସ୍‌ବିଆଇ ଶାଖାରୁ ଲୁଟ ହୋଇଥିଲା । ଏହି ଘଟଣାରେ ଏପର୍ଯ୍ୟନ୍ତ ପୋଲିସର ହାତ ଖାଲି ଥିବାବେଳେ ଅନୁଗୁଳରେ ପୁଣି ବ୍ୟାଙ୍କ ଲୁଟ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.