ବରମୁଣ୍ଡା ବସ ଟର୍ମିନାଲ ନିର୍ମାଣ ଅଗ୍ରଗତି ସମୀକ୍ଷା କାଲେ 5T ସଚିବ ଶ୍ରୀ ପାଣ୍ଡିଆନ, ମାର୍ଚ୍ଚ ୨୦୨୩ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍):  ଭୁବନେଶ୍ୱର ବରମୁଣ୍ଡା ଅନ୍ତରାଜ୍ୟ ବସ ଟର୍ମିନାଲ ରାଜ୍ୟର ବ୍ୟସ୍ତବହୁଳ ବସ ଟର୍ମିନାଲ।  ପ୍ରତିଦିନ ଏଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଶହ ଶହ ବସ ଚଳା ଚଳ କରିଥାଏ।  ଯାତ୍ରୀଙ୍କ ସୁବିଧା, ନିରାପତ୍ତା ତଥା ଆବଶ୍ୟକତାକୁ ଦୃଷ୍ଟିରେ ରଖି 5T ଉପକ୍ରମରେ ଏହି ବସ ଟର୍ମିନାଲ  ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ନିର୍ଦ୍ଦେଶ ଅନୁଯାୟୀ କାମ ଚାଲିଛି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ 5T ସଚିବ ଭିକେ ପାଣ୍ଡିଆନ ଆଜି ଅପରାହ୍ନରେ BDA ଉପାଧ୍ୟାକ୍ଷ ଶ୍ରୀ ସଞ୍ଜୟ ସିଂହଙ୍କ ସହ ବରମୁଣ୍ଡା ଯାଇ ISBT ଓ ବସ ଡିପୋ କାମର ଅଗ୍ରଗତି ସମୀକ୍ଷା କରିଥିଲେ। ଆସନ୍ତା ମାର୍ଚ୍ଚ ୨୦୨୩ ସୁଦ୍ଧା ISBT କାମ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

5t

ଵସ ଡିପୋ କାମ ସମ୍ପୂର୍ଣ୍ଣ ହୋଇଥିବା ବେଳେ ISBT କାମ ର ଅଗ୍ରଗତି ସନ୍ତୋଷ ଜନକ ରହିଛି।  ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୧୮୦ କୋଟି ଟଙ୍କା ବ୍ୟୟରେ ୧୧.୪୮ ଏକର ଜମି ଉପରେ ନିର୍ମିତ ISBT ବରମୁଣ୍ଡାରେ ପାର୍କିଙ୍ଗ ATM, food court,shop restaurant, commercial space ଅତ୍ୟାଧୁନିକ ବ୍ୟବସ୍ଥା କରାଯାଉଛି। ସେଠାରୁ ଶହେରୁ ଅଧିକ ଵସ ଚଳାଚଳର ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.