ରାଜଧାନୀର ପ୍ରତିଷ୍ଠିତ କ୍ଲବ ଭୁବନେଶ୍ୱର କ୍ଲବର ବିଭିନ୍ନ ପଦବୀ ପାଇଁ ସରିଛି ନିର୍ବାଚନ: ଆସନ୍ତାକାଲି ସକାଳେ ଗଣତି ଓ ଅପରାହ୍ଣରେ ଫଳାଫଳ

ଭୁବନେଶ୍ବର(କେନ୍ୟୁଜ୍):  ପ୍ରତିଷ୍ଠିତ ଭୁବନେଶ୍ୱର କ୍ଲବ୍‌ର ସରିଲା ଭୋଟିଂ । ଆସନ୍ତାକାଲି ସକାଳେ ଗଣତି ଓ ଅପରାହ୍ଣରେ ଫଳାଫଳ । ଦିନ ୧୨ଟାରୁ ନିର୍ବାଚନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା । ଏଥିପାଇଁ ୫ଟି ବୁଥ୍‌ କରାଯାଇଥିଲା । ନିଯୁକ୍ତ ହୋଇଥିଲେ ପ୍ରିଜାଇଡିଂ ଅଫିସର ଓ ଅବଜରଭର । ସଭାପତି ପଦ ପାଇଁ ଲଢୁଛନ୍ତି ଦୁଇ ପୂର୍ବତନ ଆଇଏଏସ ଅଫିସର ଅସିତ ତ୍ରିପାଠୀ ଓ ସତ୍ୟ ପ୍ରକାଶ ନନ୍ଦ । ଅସିତଙ୍କ ପ୍ୟାନେଲରେ ଉପସଭାପତି ଭାବେ ମହେନ୍ଦ୍ର ଗୁପ୍ତା, ସଂପାଦକ-ଦିଲ୍ଲୀପ ରାଉତରାୟ, ଯୁଗ୍ମ ସଂପାଦକ ପଦରେ ଅଶୋକ କୁମାର ମିଶ୍ର ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସେହିପରି ସତ୍ୟ ପ୍ରକାଶ ନନ୍ଦଙ୍କ ପ୍ୟାନେଲରେ ଉପସଭାପତି ପାଇଁ ତପେସ୍‌ ରାୟ, ସମ୍ପାଦକ ପଦ ପାଇଁ ମାନସ ରଞ୍ଜନ ଦାଶ ଓ ଯୁଗ୍ମ ସମ୍ପାଦକ ପାଇଁ ଜ୍ୟୋତିର୍ମୟ ମହାନ୍ତି ପ୍ରତିଦ୍ୱନ୍ଦିତା କରୁଛନ୍ତି ।

ଅସିତ ତ୍ରିପାଠୀ ଏବେ ଭୁବନେଶ୍ୱର କ୍ଲବ ସଭାପତି ଅଛନ୍ତି । ଦ୍ୱିତୀୟ ଇନିଂସ ପାଇଁ ଲଢୁଛନ୍ତି ଅସିତ ତ୍ରିପାଠୀ । ୧୯୪୮ ମସିହାରେ ଭୁବନେଶ୍ୱର କ୍ଲବ ପ୍ରତିଷ୍ଠା ହୋଇଥିଲା । ୨୦୧୩ରୁ ୨୦୨୧ ପଯାଏଁ ନିର୍ବାଚନ ହୋଇନଥିଲା । ସଭାପତି ସିଲେକ୍ସନ ମାଧ୍ୟମରେ ହେଉଥିଲେ । ୨୦୨୧ରେ ହୋଇଥିଲା ନିର୍ବାଚନ । ଏଥିରେ ସଭାପତି ଭାବେ ଅସିତ ତ୍ରିପାଠୀ ନିର୍ବାଚିତ ହୋଇଥିଲେ । ଅସିତ ତ୍ରିପାଠୀ ପୂର୍ବରୁ ମୁଖ୍ୟ ସଚିବ, ଉନ୍ନୟନ କମିଶନର ଭାବେ ଦାୟିତ୍ୱ ତୁଲାଇଥିଲେ । ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅଛନ୍ତି । ସେହିଭଳି ସତ୍ୟ ପ୍ରକାଶ ନନ୍ଦ ପୂର୍ବରୁ ଉନ୍ନୟନ କମିଶନର ଓ ଓଇଆରସିର ଅଧ୍ୟକ୍ଷ ଥିଲେ । ଆସନ୍ତାକାଲି ସକାଳ ୯ଟାରେ ଭୋଟ ଗଣତି ହୋଇ ଅପରାହ୍ଣ ୪ଟା ସୁଦ୍ଧା ଫଳାଫଳ ଆସିବ । ତେବେ କିଏ ହେବେ ହାଇ ପ୍ରୋଫାଇଲ କ୍ଲବର ସଭାପତି, ତାକୁ ନେଇ ଦେଖିବାକୁ ମିଳିଛି ବଡ଼ ଉତ୍ସାହ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.