ବଲାଙ୍ଗୀରରେ ବିଦ୍ୟାଭାରତୀ, ଏଲ.ଆଇ ତାଲିମ କେନ୍ଦ୍ରରେ ଦେଉଛନ୍ତି ଫାଇନାଲ ସେମିଷ୍ଟାର

ବଲାଙ୍ଗୀର(କେନ୍ଯୁଜ୍): ବଲାଙ୍ଗୀରରେ ପାରଳା ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟା ଭାରତୀ । ଏଲ.ଆଇ ତାଲିମ କେନ୍ଦ୍ରରେ ଫାଇନାଲ ସେମିଷ୍ଟାର ପରୀକ୍ଷା ଦେଉଛନ୍ତି ବିଦ୍ୟା । ଏଠାରେ ସେ ୮ ଦିନ ରହିବେ । ବିଦ୍ୟାଭାରତୀ ଏବେ ମାନସିକ ଚାପରେ ଅଛନ୍ତି ବୋଲି ତାଙ୍କ ବାପା କହିଛନ୍ତି ।

ଆଜି ଏଲ.ଆଇ ତାଲିମ କେନ୍ଦ୍ରରେ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ପହଞ୍ଚିଥିଲେ ବିଦ୍ୟା। ହେଲେ ଗଣମାଧ୍ୟମ ଆଗରେ କିଛି କହିନଥିଲେ । ମୋ ଝିଅକୁ ସହଯୋଗ କରନ୍ତୁ ବୋଲି ବିଦ୍ୟାଙ୍କ ବାପା କହିଛନ୍ତି। ଆସନ୍ତା ୮ ତାରିଖ ଯାଏ ଫାଇନାଲ ସେମିଷ୍ଟାର ଥିବାରୁ ବିଦ୍ୟାଭାରତୀ ବଲାଙ୍ଗିରରେ ରହୁଛନ୍ତି।

ପୂର୍ବରୁ ବିଦ୍ୟା ରହୁଥିବା ହଷ୍ଟେଲର ରୁମ୍‌ ବନ୍ଦ ଥିବାରୁ ଓ ଅନ୍ୟ ସାଥିମାନେ ବିଦ୍ୟାଭାରତୀ ସହ ରହିବାକୁ ବାରଣ କରିବାରୁ ବିଦ୍ୟା ବାହାରେ ରହୁଛନ୍ତି। ବିଦ୍ୟା ଏବେ ଚୁପ୍‌ଚାପ୍‌ ରହୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.