ବାଇକ୍‌ ଚକାରେ ଶାଢ଼ୀର କାନି ପସିଯିବାରୁ ଦୁର୍ଘଟଣା: ଘଟଣାସ୍ଥଳରେ ଜଣେ ମୃତ, ୨ ଗୁରୁତର

କଣ୍ଟାବାଞ୍ଜି (କେନ୍ୟୁଜ): ମୃତ୍ୟୁ କିପରି ଆସି ତାହା କେହି କହିପାରିବେ ନାହିଁ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତୁରେକେଲା ଥାନା ବଗବହାଲ ଗାଁ ରେ । ଏକ ମୋଟର ସାଇକେଲରେ ୩ ଜଣ ଚାଉଳ ନେବାକୁ ଆସି ଘରକୁ ଫେରୁଥିବା ସମୟରେ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ତୁରେକେଲା ବ୍ଲକ୍‌ ଅନ୍ତର୍ଗତ ବକବହାଲ୍‌ ଗ୍ରାମର ଯୁଧିଷ୍ଟିର ରଣା ତାଙ୍କ ସ୍ତ୍ରୀ ସନ୍ତୋଷିନୀ ରଣା ଓ ତାଙ୍କ ଖୁଡି ଗୀତାଞ୍ଜଳି ରଣା ତୁରେକେଲା ଗ୍ରାମପଞ୍ଚାୟତରୁ ଚାଉଳ ଆଣି ଆସିଥିଲେ।

ଫେରିବା ବାଟରେ ବଗବାହାଲ ଯିବା ରାସ୍ତାରେ ପଛ ପଟେ ବସିଥିବା ତାଙ୍କ ଖୁଡିଙ୍କ ଶାଢ଼ୀ କାନି ଗାଡ଼ି ଚକରେ ଲାଗି ହଠାତ ପଡି ଯାଇଥିଲେ । ତୁରନ୍ତ ତାଙ୍କୁ ସ୍ଥାନୀୟ ତୁରେକେଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଣାଯାଇଥିଲା । ଡାକ୍ତର ସେଠାରେ ଗୀତାଞ୍ଜଳିଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏଥିସହିତ ବାଇକ୍‌ରେ ବସିଥିବା ଅନ୍ୟ ଜଣେ ମହିଳା ଏବଂ ପୁରୁଷ ଗୁରୁତର ହୋଇଛନ୍ତି ।

 

Leave A Reply

Your email address will not be published.