ଆଜିଠାରୁ ବିଜେଡି ପକ୍ଷରୁ ପିପିଲିରେ ଘରେ ଘରେ ଶଙ୍ଖ ବଣ୍ଟନ କାର୍ଯ୍ୟକ୍ରମ

ପିପିଲି : ପିପିଲି ଉପନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ବାସଭବନରେ ବୈଠକ। ମହିଳା ବିଜେଡି ପକ୍ଷରୁ ପିପିଲିରେ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯିବ। ଆଜିଠାରୁ ପିପିଲିରେ ଘରେ ଘରେ ଶଙ୍ଖ ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି।

ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ପାଇଁ ମାଗଣା ଟିକା ଘୋଷଣା କରିଥିବା ବାର୍ତ୍ତାକୁ ସବୁଠାରେ ପହଞ୍ଚାଯିବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ସମସ୍ତଙ୍କ ପାଇଁ ମାଗଣା ଟିକା ଘୋଷଣା କରି ମୁଖ୍ୟମନ୍ତ୍ରୀ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି କହିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଆସନ୍ତାକାଲି ଭୁବନେଶ୍ୱରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ ବୋଲି କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.