ଦିଲ୍ଲୀରେ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ଭେଟିଲେ ବିଜେଡି ସାଂସଦ, ନିର୍ବାଚନରେ ସମର୍ଥନ ନେଇ ଆଲୋଚନା

ନୂଆଦିଲ୍ଲୀ(କେ ନ୍ୟୁଜ): ଜଗଦୀପ ଧନଖଡ଼ଙ୍କୁ ଭେଟିଛନ୍ତି ବିଜେଡି ସାଂସଦ । ଦିଲ୍ଲୀରେ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଧନଖଡଙ୍କ ୧୧ ଆକବର ରୋଡ୍‌ ସ୍ଥିତ ବାସଭବନରେ ବିଜେଡିର ୧୮ ଜଣ ସାଂସଦ ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏମାନଙ୍କ ଭିତରେ ଥିଲା ଉଭୟ ଲୋକସଭା ଓ ରାଜ୍ୟସଭାର ସାଂସଦ । ଉପରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ ନେଇ ଆଲୋଚନା ହୋଇଛି।

ଏହି ସାକ୍ଷାତ କାର୍ଯ୍ୟକ୍ରମରେ ସାଂସଦ ପିନାକୀ ମିଶ୍ର, ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ, ସୁଜିତ କୁମାର, ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ସୁଲତା ଦେଓ, ପ୍ରମିଳା ବିଶୋୟୀ, ପ୍ରଶାନ୍ତ ନନ୍ଦ, ଚନ୍ଦ୍ରଶେଖର ସାହୁ , ମହେଶ ସାହୁ , ଅନୁଭବ ମହାନ୍ତି, ଚନ୍ଦ୍ରାଣି ମୁର୍ମୁ, ନିରଞ୍ଜନ ବିଶି, ରମେଶ ମାଝି ପ୍ରମୁଖ ଉପସ୍ଥିତ ଥିଲେ। ଧନଖଡଙ୍କୁ ଭେଟିବା ପାଇଁ ବିଜେଡି ସାଂସଦମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମୋ ନବୀନ ପଟ୍ଟନାୟକ ।

ଏହି ଅବସରରେ ଜଗଦୀପ ଧନଖଡ଼ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମର୍ଥନ ଦେଇଥିବାରୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି । ଏନଡିଏ ଧନଖଡଙ୍କୁ ପ୍ରାର୍ଥୀ କରିବା ପରେ ନବୀନ ପଟ୍ଟନାୟକଙ୍କ ସହ ଫୋନ୍‌ ଯୋଗେ କଥା ହୋଇ ସମର୍ଥନ ମାଗିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନାମାଙ୍କନ ଦାଖଲରେ ବିଜେଡି ପ୍ରସ୍ତାବକ ଥିବା ବେଳେ ଉପସ୍ଥିତ ଥିଲେ ବିଜେଡି ସାଂସଦ ପିନାକୀ ମିଶ୍ର ।

Leave A Reply

Your email address will not be published.