ଆଇଏଏସ ଅଫିସରଙ୍କ ପୋଷ୍ଟିଂ ଓ  ଟ୍ରାନସଫର ଯଦି କେନ୍ଦ୍ର ହାତକୁ ଚାଲିଯିବ ତେବେ ଅଫିସରମାନେ ରାଜ୍ୟ ସରକାରଙ୍କ କଥା ଶୁଣିବେ ନାହିଁ:  ଆମେଣ୍ଡମେଣ୍ଟକୁ ବିରୋଧ କଲା ବିଜେଡି

କେନ୍ୟୁଜ୍(ବ୍ୟୁରୋ):ଭାରତୀୟ ପ୍ରାଶାସନିକ ସେବା ନିୟମ-୧୯୫୪ର ଧାରା ୬ରେ ସଂଶୋଧନ ପ୍ରସ୍ତାବକୁ ବିଜେଡିର ବିରୋଧ । ବିଜେଡି ସାଂସଦ ପିନାକୀ ମିଶ୍ର କହିଛନ୍ତି, କେନ୍ଦ୍ର ସରକାର ସଂପର୍ଣ୍ଣ ବ୍ୟୁରୋକ୍ରାସିକୁ ନିୟନ୍ତ୍ରଣ କରିବାକୁ ଚାହୁଛନ୍ତି । ଆଇଏଏସ ଅଫିସରଙ୍କ ପୋଷ୍ଟିଂ, ଟ୍ରାନସଫର ଯଦି କେନ୍ଦ୍ର ହାତକୁ ଚାଲିଯିବ ତେବେ ଅଫିସରମାନେ ରାଜ୍ୟ ସରକାରଙ୍କ କଥା ଶୁଣିବେ ନାହିଁ । ଏଭଳି ହେଲେ ୟୁନିଟାରୀ ସିଷ୍ଟମ ସରକାର ହୋଇଯିବ । ରାଜ୍ୟ ସରକାରଙ୍କ ପାଖରେ କ୍ଷମତା ରହିବ ନାହିଁ । ଯାହାକି ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ । ଦରକାର ପଡ଼ିଲେ ଆମେ କୋର୍ଟକୁ ଯିବୁ ବୋଲି ବିଜେଡି ସାଂସଦ ପିନାକୀ ମିଶ୍ର କହିଛନ୍ତି । IAS କ୍ୟାଡର ରୁଲ ସଂଶୋଧନ ପ୍ରସ୍ତାବ ଅନୁଯାୟୀ, ଏକ କ୍ୟାଡର/ଯୁଗ୍ମ କ୍ୟାଡରରେ ମଞ୍ଜୁରପ୍ରାପ୍ତ ପଦବୀ ଉପରେ କେନ୍ଦ୍ର ବିଚାର କରିବ ।

କେନ୍ଦ୍ରୀୟ ଡେପୁଟେସନ ପାଇଁ ଅଧିକାରୀଙ୍କୁ ଚୟନ କରିବାର ପର୍ଯ୍ୟାପ୍ତ କ୍ଷମତା ରାଜ୍ୟକୁ ମିଳିବ । ତେବେ କୌଣସି କ୍ଷେତ୍ରରେ ମତ ପାର୍ଥକ୍ୟ ଦେଖାଗଲେ କେନ୍ଦ୍ରର ନିଷ୍ପତ୍ତି ଚୂଡ଼ାନ୍ତ । ରାଜ୍ୟ ପକ୍ଷରୁ କୌଣସି ବିଳମ୍ବ ହେଲେ କ୍ୟାଡରରୁ ଅଫିସରଙ୍କୁ ରିଲିଭ କରାଯାଇପାରିବ । ପ୍ରଚଳିତ ଆଇଏଏସ କ୍ୟାଡର ରୁଲ ଅନୁଯାୟୀ, ଏକ କ୍ୟାଡର/ଯୁଗ୍ମ କ୍ୟାଡରରେ ମଞ୍ଜୁରୀପ୍ରାପ୍ତ ପଦବୀର ୪୦ ପ୍ରତିଶତରୁ ସେଣ୍ଟ୍ରାଲ ଡେପୁଟେସନ ରିଜର୍ଭ-CDR ଅଧିକ ହେବ ନାହିଁ । ଜଣେ ଅଫିସରଙ୍କ କେନ୍ଦ୍ରୀୟ ଡେପୁଟେସନ ପାଇଁ ସଂପୃକ୍ତ ରାଜ୍ୟ ସରକାରଙ୍କର NOC ଜରୁରୀ । ବର୍ତ୍ତମାନର କ୍ୟାଡର କ୍ଷମତାରେ ଓଡ଼ିଶାରେ ୨୪୮ ଜଣ ଆଇଏଏସ ଅଫସର ରହିବା କଥା । ହେଲେ କେନ୍ଦ୍ର ଡେପୁଟେସନରେ ୨୬ଜଣ ଆଇଏଏସ ଥିବା ବେଳେ ୨ ଜଣ ଆନ୍ତଃରାଜ୍ୟ ଡେପୁଟେସନରେ ଅଛନ୍ତି । ରାଜ୍ୟରେ ୬୦ରୁ ଅଧିକ ଆଇଏଏସ ପଦ ଖାଲି ରହିଛି । IAS କ୍ୟାଡର ରୁଲ ସଂଶୋଧନକୁ ବିଜେଡି ବିରୋଧ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.