ଓଡ଼ିଶାରେ ନୂଆ ଇତିହାସ ; ୩୦ରୁ ୩୦ ଜିଲ୍ଲାରେ ବିଜେଡି ବିଜୟୀ

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ରାଜନୀତିରେ ନୂଆ ଇତିହାସ ସୃଷ୍ଟି କଲା ବିଜେଡି। ୩୦ରୁ ୩୦ ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କଲା ଦଳ। ୭୦ ପ୍ରତିଶତ ଜିଲ୍ଲାରେ ମହିଳା ଅଧ୍ୟକ୍ଷା ହୋଇଛନ୍ତି। ରାଜ୍ୟର ସବୁ ଜିଲ୍ଲାରେ ଗୋଟିଏ ଦଳ ଜିଲ୍ଲା ପରିଷଦ ଗଠନ କରିବା ପ୍ରଥମ। କେବଳ ସେତିକି ନୁହଁ ଯୁବ, ଶିକ୍ଷିତ ଓ ନିର୍ବାବିଦୀୟ ପ୍ରାର୍ଥୀଙ୍କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ଚୟନ କରିଛି ଦଳ। ଭବିଷ୍ୟତକୁ ଦୃଷ୍ଟିରେ ରଖି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ନିଷ୍ପତ୍ତି ନେଇଛନ୍ତି।

୩୦ ଜିଲ୍ଲାରେ ହୋଇଥିବା ଅଧ୍ୟକ୍ଷମାନଙ୍କ ହାରାହାରି ବୟସ ୪୧ ବର୍ଷ। ସେଥିରୁ ୧୫ଟି ଜିଲ୍ଲାରେ ଅଧ୍ୟକ୍ଷମାନଙ୍କ ହାରାହାରି ବୟସ ୪୦ ବର୍ଷ ତଳେ ରହିଛି। ରାୟଗଡ଼ା ଜିଲ୍ଲାରେ ୨୩ ବର୍ଷୀୟ ସରସ୍ୱତୀ ମାଝି ଜିଲ୍ଲା ପରିଷଦ ଅଧ୍ୟକ୍ଷ ହୋଇଛନ୍ତି। ଦୁର୍ଗମ ଅଂଚଳ କାଶୀପୁରର ସରସ୍ୱତୀଙ୍କ ଶିକ୍ଷାଗତ ଯୋଗ୍ୟତା ବିଏସ୍‌ସି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ନିର୍ବାଚିତ ହେବାରେ ୨୩ ବର୍ଷୀୟ ସରସ୍ୱତୀ ମାଝି ହେଉଛନ୍ତି ସର୍ବକନିଷ୍ଠା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.