ପାଟକୁରା ବିଧାନସଭା ନିର୍ବାଚନ, ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ସହ କ୍ୟାମ୍ପେନ କରୁଛନ୍ତି ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡଙ୍ଗୀ

ପାଟକୁରା(କେନ୍ୟୁଜ୍) : ପାଟକୁରା ବିଧାନସଭା ନିର୍ବାଚନ ପାଇଁ ବିଜେପିର ପ୍ରଚାର । ଦଳୀୟ ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ସହ ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡଙ୍ଗୀ ଚାନ୍ଦୋଳ ଠାରୁ ଦାନପୁର ପର୍ଯ୍ୟନ୍ତ କ୍ୟାମ୍ପେନ କରିଛନ୍ତି । ବାତ୍ୟା ଫନି ପରେ ପାଟକୁରା ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଛି । ଏ ଯାଏଁ ତରିଖ ଘୋଷଣା ହୋଇନଥିଲେ ବି ରାଜନୈତିକ ତାତି ଜାରି ରହିଛି । ଏଠାରେ ବେଦପ୍ରକାଶଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଲୋକସଭା ନିର୍ବାଚନରେ ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀଙ୍କଠାରୁ ଅଧିକ ୭ ହଜାର ଭୋଟ ପାଇଥିଲେ ବିଜେଡିର ଲୋକସଭା ପ୍ରାର୍ଥୀ। ଏବେ ସ୍ୱତନ୍ତ୍ର ରଣନୀତି ସହ ନିଜ ସପକ୍ଷରେ ଜନମତ ସୃଷ୍ଟିରେ ସବୁ ରାଜନୈତିକ ଦଳ ଲାଗିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.