ପଦ୍ମ ଛାଡି ଶଙ୍ଖ ଫୁଙ୍କିଲେ ହିଞ୍ଜିଳି ବିଜେପିର ଟାଣୁଆ ନେତା ଦେବାନନ୍ଦ ମହାପାତ୍ର, ପାଲଟିଗଲେ ନବୀନ ପ୍ରେମୀ

ବ୍ରହ୍ମପୁର(କେନ୍ୟୁଜ୍):  ପଞ୍ଚାୟତ, ପୌର ନିର୍ବାଚନ ସରୁ ସରୁ ଏବେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି । ଆରମ୍ଭ ହେଲାଣି ମିଶ୍ରଣ ପର୍ବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଯିଏ ବିଜେପିରୁ ଳଢୁଥିଲେ। ସେ ଏବେ ନବୀନ ପ୍ରେମୀ। ସାମିଲ ହୋଇଛନ୍ତି ବିଜେଡିରେ। ହିଞ୍ଜିଳି ନିର୍ବାଚନମଣ୍ଡଳୀର ବିଜେପିର ଟାଣୁଆ ନେତା ଦେବାନନ୍ଦ ମହାପାତ୍ର ନିଜ ସମର୍ଥକଙ୍କ ସହ ବିଜେଡିରେ ମିଶିଛନ୍ତି । ୨୦୦୯ ଓ ୨୦୧୪ ବିଧାନସଭା ନିର୍ବାଚନରେ ହିଞ୍ଜିଳିିରୁ ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିଲେ ଦେବାନନ୍ଦ । ବିଜେପି ଦିନକୁ ଦିନ କର୍ମଙ୍କୁ ଅଣଦେଖା କରୁଛି। ଦଳରେ ଏକଛତ୍ରବାଦ ଚାଲିଛି। ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଥିବା ଦେବାନନ୍ଦ କହିଛନ୍ତି ।  bjd2

ପଞ୍ଚାୟତ, ପୌର ପରିଷଦ ନିର୍ବାଚନରେ ଏକତରଫା ବିଜୟ ପରେ ଉପାଧ୍ୟକ୍ଷ ନିର୍ବାଚନରେ ମଧ୍ୟ ଅନୁରୂପ ସଫଳତା ଦୋହରାଇଛି ବିଜେଡି। ଅବ୍ୟାହତ ରହିଛି ବିଜୟ ଧାରା । ରାଜ୍ୟର ୧୦୫ଟି ପୌରସଂସ୍ଥା ଉପାଧ୍ୟକ୍ଷ ମଧ୍ୟରୁ ୯୧ଟି ବିଜେଡି ବିଜୟୀ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଧାରାକୁ ଲୋକଙ୍କ ସମର୍ଥନ ବୋଲି କହିଛି ବିଜେଡି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.