ଭୁବନେଶ୍ୱରରେ ଡେଙ୍ଗୁ ଦମନ ପାଇଁ ବିଏମ୍‌ସିର ବଡ଼ ନିଷ୍ପତ୍ତି, ପ୍ରତି ଗୁରୁବାର ଓ ରବିବାର ପାଳନ ହେବ ଡ୍ରାଏ ଡେ

ଭୁବନେଶ୍ୱର(କେନ୍ୟୁଜ): ଭୁବନେଶ୍ୱରରେ ଡେଙ୍ଗୁ ଦମନ ପାଇଁ ବିଏମ୍‌ସିର ବଡ଼ ନିଷ୍ପତ୍ତି । ରାଜଧାନୀରେ ପାଳନ ହେବ ଡ୍ରାଏ ଡେ । ପ୍ରତି ଗୁରୁବାର ଓ ରବିବାର ଡ୍ରାଏ ଡେ ପାଳନ ହେବ । ଘର ଆଖପାଖରେ ପାଣି ଜମୁଥିବା ପାତ୍ର, କୁଣ୍ଡକୁ ଏହି ଦୁଇଦିନ ଓଲଟାଇ ରଖିବାକୁ ନିବେଦନ କରିଛି ବିଏମ୍‌ସି ।

ଏହାସହ ରାଜଧାନୀରେ ବୁଲିବ ଡେଙ୍ଗୁ ସଚେତନତା ରଥ । ବିଏମ୍‌ସିର ଡେଙ୍ଗୁ ମୁକାବିଲା ନେଇ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ନୂତନ ବିଏମସି କମିଶନର ଭାବେ ବିଜୟ ଅମୃତ କୁଲାଙ୍ଗେ ଯୋଗଦେବା ପରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.