କଟକ : ଗଛରେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର , ହତ୍ୟା ସନ୍ଦେହ

କଟକ : ଗଛରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଘଟଣାଟି କଟକ ଗୋବିନ୍ଦପୁର ଥାନା କୂଳବ୍ରହ୍ମଣ ସାଇଲୋ ଗାଁରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଗାଁର ମିଲନ ସାହୁ ନାମକ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ବେକରେ ରଶି ଲଗାଇ ଗଛରେ ଝୁଲୁଥିବା ଲୋକେ ଆଜି ସକାଳେ ଦେଖିବାକୁ ପାଇଥିଲେ । ମିଲନଙ୍କ ବେକରେ ରଶି ଲାଗିଥିବା ବେଳେ ତାଙ୍କ ଦୁଇ ହାତ ବନ୍ଧା ହୋଇଛି ।ଏଣୁ ସ୍ଥାନୀୟ ଲୋକ ଏବଂ ପୁଲିସ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.