ବ୍ରହ୍ମପୁର : ଯାଞ୍ଚ ବେଳେ ମିଳିଲା ୧ କୋଟି ୨୨ଲକ୍ଷ ଟଙ୍କା ଗଞ୍ଜେଇ ସହିତ ୨୦ଟି ସୁନା ବିସ୍କୁଟ, ଜଣେ ଅଟକ

ବ୍ରହ୍ମପୁର (କେନ୍ୟୁଜ): ଗଞ୍ଜେଇ ଯାଞ୍ଚ ବେଳେ ମିଳିଲା ସୁନା ବିସ୍କୁଟ। ବ୍ରହ୍ମପୁର ଲାଞ୍ଜିପଲ୍ଲୀ ବାଇପାସ୍‌ ନିକଟରୁ କାରରୁ ନଗଦ ୧ କୋଟି ୨୨ଲକ୍ଷ ଟଙ୍କା ଜବତ କଲା ଅବକାରୀ ଗୁଇନ୍ଦା ବିଭାଗ। ଜବତ ଟଙ୍କା ସହ ଜଣଙ୍କୁ ଅଟକ ରଖାଯାଇଛି। ଅଟକ ବ୍ୟକ୍ତି ମହାରାଷ୍ଟ୍ର ଭରତ ଗୋଖେ ନାୟକ। ସୁନା ବିକି ଟଙ୍କା ନେଇ ଯାଉଥିବାବେଳେ ଧରାପଡ଼ିଲା ଭରତ। ତାଙ୍କୁ ପଚରାଉଚରା ବେଳେ ସ୍ଥାନୀୟ ସୁନା ବ୍ୟବସାୟୀଙ୍କଠାରୁ ୨୦ଟି ସୁନା ବିସ୍କୁଟ ଜବତ ହୋଇଛି। ଘଟଣାକୁ ନେଇ ପୋଲିସ ଆୟକର ଓ ଜିଏସ୍‌ଟି ବିଭାଗ ସହ ଯୋଗାଯୋଗ କରୁଛି। ସହରର କିଛି ସୁନା ବ୍ୟବସାୟୀଙ୍କୁ ପଚରାଉଚରା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.