ଖୋର୍ଦ୍ଧା ରାଜୁଆ ନଦୀରେ ଶହେ ଫୁଟର ଘାଇ, ନଦୀ ବନ୍ଧ ଦୁର୍ବଳ ଥିବାରୁ ରାତି ସାରା ବାଲି ବସ୍ତା ପକାଇ ଜଗି ରହିଛନ୍ତି ଲୋକେ

ଖୋର୍ଦ୍ଧା(କେନ୍ୟୁଜ୍): ଖୋର୍ଦ୍ଧା ରାଜୁଆ ନଦୀରେ ଶହେ ଫୁଟର ଘାଇ। ଜଟଣୀ ବ୍ଲକ ତିରିମଲ ହଲଦିଆପଡ଼ା ମଧ୍ୟରେ ଶହେ ଫୁଟର ଘାଇ ହୋଇଛି। ଘାଇ ଦେଇ ପ୍ରବଳ ବେଗରେ ପାଣି ପ୍ରବାହିତ ହେଉଛି। ପ୍ରଭାବରେ ଖୋର୍ଦ୍ଧା ବ୍ଲକର ଅଣ୍ଡା, ଅଁଳାଯୋଡି, ଧବଳପୁର,ଶରଧାପୁର ୧୦ରୁ ଉର୍ଦ୍ଧ୍ୱ ଗାଁ ପ୍ରଭାବିତ ହେବା ସମ୍ଭାବନା ରହିଛି। ନଦୀ ବନ୍ଧ ଦୁର୍ବଳ ଥିବାରୁ ଲୋକମାନେ ରାତି ସାରା ବାଲି ବସ୍ତା ପକାଇ ଜଗି ରହିଛନ୍ତି। ଘଟଣାସ୍ତଳରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସହ ବହୁ ବହିଷ୍ଠ ଅଧ୍କିରା ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.