ବଧୂ ହତ୍ୟା ମାମଲା : ଅଭିଯୁକ୍ତ ସ୍ୱାମୀ, ଶାଶୂ ଓ ଶ୍ୱଶୁରଙ୍କ ମିଳୁନାହିଁ ପତ୍ତା

ଖୋର୍ଦ୍ଧା : ବଧୂ ହତ୍ୟା ଅଭିଯୋଗ ଘଟଣାର ତଦନ୍ତ ଚଳାଇଛି ପୋଲିସ। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଡିଙ୍ଗର ଗାଁରେ ଘଟିଥିବା ଘଟଣାକୁ ଅନେକ ଦିନ ବିତିଥିଲେ ବି ଏଯାଏଁ ଅଭିଯୁକ୍ତ ସ୍ୱାମୀ, ଶାଶୂ ଓ ଶ୍ୱଶୁରଙ୍କ ପତ୍ତା ମିଳୁନାହିଁ । ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ପୋଲିସ ଖୋଳତାଡ ଚଳାଇଛି । ମୃତକ ହେଲେ ନୟାଗଡ଼ ଜିଲ୍ଲା ପାର୍ବତୀପୁର ଗାଁର ଚନ୍ଦ୍ରକାନ୍ତି ବାରିକ ।

ଯୌତୁକ ଟଙ୍କା ନମିଳିବାରୁ ତାଙ୍କୁ ଶାଶୂ ଘର ଲୋକ କିରୋସିନ୍ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଥିଲା । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୩ ଦିନ ଯନ୍ତ୍ରଣାରେ ଛଟପଟ ହେବା ପରେ ଆଖି ବୁଜିଥିଲେ ନୟାଗଡ଼ର ଚନ୍ଦ୍ରକାନ୍ତି । ତାପୂର୍ବରୁ ମୃତ୍ୟୁକାଳୀନ ଜମାନବନ୍ଦୀ ଦେଇଥିଲେ । ଚନ୍ଦ୍ରକାନ୍ତି ୯ ବର୍ଷ ତଳେ ବେଗୁନିଆ ଥାନା ଡିଙ୍ଗର ଗାଁର ରବୀନ୍ଦ୍ର ବାରିକଙ୍କ ପୁଅ ଦେବାଶିଷକୁ ବାହା ହୋଇଥିଲେ । ବାହାଘର ସମୟରେ ଅନ୍ୟାନ୍ୟ ସାମଗ୍ରୀ ସହ ୫୦ହଜାର ଟଙ୍କା ଯୌତୁକ ନେଇଥିଲେ ବରପକ୍ଷ । କିନ୍ତୁ ପରବର୍ତ୍ତୀ ସମୟରେ ଅଧିକ ଯୌତୁକ ଦାବି କରି ତାଙ୍କୁ ନିର୍ୟାତନା ଦେଇଆସୁଥିବା ଅଭିଯୋଗ ହୋଇଥିଲା । ଶେଷରେ ଯୌତୁକ ଟଙ୍କା ନପାଇ ସେମାନେ ବୋହୂ ଚନ୍ଦ୍ରକାନ୍ତିଙ୍କୁ ପୋଡ଼ି ମାରି ଦେଇଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.