କାଲିମେଳା(କେନ୍ୟୁଜ୍): ଭାଙ୍ଗିଲା ଗାଁମ୍ପାକୋଣ୍ଡା ମୁଖ୍ୟ କେନାଲ ବନ୍ଧ। କାଲିମେଳା ମାନ୍ୟୋମକୋଣ୍ଡାର ଏମ୍.ପି.ଭି -୭୫ରେ କେନାଲ ବନ୍ଧ ଭାଙ୍ଗିଯାଇଥିବା ଜଣାପଡିଛି। ଫଳରେ ଏକର ଏକର ଚାଷ ଜମି ନଷ୍ଟ ହୋଇଛି। ବହୁ ଚାଷୀଙ୍କ ଜମିରେ କେନାଲ ପାଣି ।
ଚାଷୀଙ୍କ ଜମିରେ ୩ରୁ ୪ ଫୁଟ୍ର କେନାଲ ପାଣି ବହିଯାଉଥିବା ସୂଚନା ରହିଛି। ଏକର ଏକର ଚାଷ ଜମି ନଷ୍ଟ ହୋଇଛି। ପଟେରୁ ଜଳସେଚନ ବିଭାଗର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ପାଣି ଅଟକାଇବାକୁ ଚେଷ୍ଟା ଚାଲିଛି।