ଶେଷ ହେଲା ବିଧାନସଭାର ବଜେଟ ଅଧିବେଶନ, ୮ଟି ବିଲରୁ ୭ଟି ପାରିତ ହେଲା

ଭୁବନେଶ୍ବର(କେନ୍ୟୁଜ୍):  ଶେଷ ହେଲା ବିଧାନସଭାର ବଜେଟ ଅଧିବେଶନ। ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବୀ। ୩ ଦିନ ପୂର୍ବରୁ ଅଧିବେଶନ ଶେଷ। ଜୁଲାଇ ୨ରୁ ଅଧିବେଶନ ଆରମ୍ଭ ହୋଇଥିଲା। ପ୍ରଥମ ଦିନରେ ବଜେଟ ଉପସ୍ଥାପନ ହୋଇଥିଲା। ୨୧ଟି କାର୍ଯ୍ୟ ଦିବସ ବସିଥିଲା। ୧୧ଟି ମୁଲତବୀ ନୋଟିସ ଉପରେ ଆଲୋଚନା ହୋଇଥିଲା। ୮ଟି bill ଏ ଅଧିବେଶନରେ ଉପସ୍ଥାପନ ହୋଇଥିଲା। ୭ଟି bill ପାରିତ ହୋଇଥିଲା। ୨୧ଟି ବିଭାଗର ଖର୍ଚ୍ଚଦାବି ଆଲୋଚନା ହୋଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଗୃହରେ ଏକ ସଂକଳ୍ପ ଗୃହୀତ ହୋଇଥିଲା।

ବିଧାନସଭାରେ ପାରିତ ହେଲା ଓଡିଶା ଲୋକାୟୁକ୍ତ ସଂଶୋଧନ ବିଲ ୨୦୨୨। ହାଇକୋର୍ଟ ଓ ସୁପ୍ରିମକୋର୍ଟ ଭଳି ଲୋକାୟୁକ୍ତ ବି ଅଦାଲତ ଅବମାନନା ଜାରି କରିପାରିବେ। ଅନ୍ୟପଟେ ଯେଉଁ ଅଫିସର ମାନେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶକୁ compliance report ପ୍ରସ୍ତୁତ କରୁନାହାନ୍ତି ତାଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିବେ। ଏହି ସଂଶୋଧନ billରେ ବ୍ୟବସ୍ଥା ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.