ପୁରୀ ମଶାଣି ଚଣ୍ଡୀ ଛକ ନିକଟରେ ଭୁଶୁଡିଲା ନିର୍ମାଣଧୀନ କୋଠା: ଚାପି ହୋଇ ରହିଛନ୍ତି ଶ୍ରମିକ

ବୌଦ୍ଧ(କେନ୍ୟୁଜ୍):  ପୁରୀ ମଶାଣି ଚଣ୍ଡୀ ଛକରେ ନିକଟରେ ଅଘଟଣ। ନିର୍ମାଣଧୀନ କୋଠା ଭୁଶୁଡି ପଡିଛି। ନିର୍ମାଣ କାମରେ ନିୟୋଜିତ ଥିବା କିଛି ଶ୍ରମିକ ଭିତରେ ଚାପି ହୋଇ ରହିଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କୁ ଉଦ୍ଧାର କରାଯାଇଛି। କୋଠା ତଳେ ଆଉ କେତେ ଜଣ ଫସି ରହିଛନ୍ତି ତାହା ସ୍ପଷ୍ଟ ହୋଇପାରିନାହଁ।

Leave A Reply

Your email address will not be published.