ପବ୍ଲିକ୍ ସ୍କୁଲ ଶିକ୍ଷୟିତ୍ରୀ ନିଖୋଜ ଘଟଣା: ମାଟିତଳୁ ଗଳିତ ଦଗ୍ଧ ମୃତଦେହ ଉଦ୍ଧାର, ଏଯାଏ ହୋଇନି ଚିହ୍ନଟ

ଧର୍ମଗଡ(କେନ୍ଯୁଜ୍): ମହାଲିଙ୍ଗ ସନ୍ସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣାର ଖୋଲୁଛି ରହସ୍ଯ। ମହାଲିଙ୍ଗ ସ୍ଥିତ ନିର୍ମାଣାଧୀନ ଷ୍ଟାଡିଅମରୁ ଏକ ମୃତଦେହ ଉଦ୍ଧାର କରାଯାଇଛି । ଜେସିବି ଦ୍ୱାରା ମାଟିତଳୁ ଏକ ଗଳିତ ଦଗ୍ଧ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ତେବେ ମୃତଦେହଟି ନିଖୋଜ ମମିତାଙ୍କର କି ନୁହେଁ ତାହା ଜଣାପଡ଼ିନାହିଁ। ମୃତଦେହ ଚିହ୍ନଟ ପାଇଁ ମମିତାଙ୍କ ପରିବାର ଲୋକଙ୍କୁ ଡକାଯାଇଛି। ମୃତଦେହଟିର ଡିଏନଏ ଟେଷ୍ଟ ମଧ୍ଯ କରାଯିବ ବୋଲି ସୂଚନା ମିଳିଛି ।

୧୧ ଦିନ ପରେ ବି ମିଳୁନି ମହାଳିଙ୍ଗ ସନସାଇନ୍‌ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ପତ୍ତା । ତଦନ୍ତ ପାଇଁ ମହାଳିଙ୍ଗ ସ୍ଥିତ ନିର୍ମାଣଧୀନ ମିନି ଷ୍ଟାଡିୟମରେ ପହଂଚିଛି ପୋଲିସ । ଗତକାଲି ବିଳମ୍ବିତ ରାତିରେ ନିର୍ମାଣଧୀନ ଷ୍ଟାଡିୟମରେ ନିୟୋଜିତ ଥିବା ଜେସିବି ଅପରେଟରକୁ ମଧ୍ୟ ମଧ୍ୟ ପୋଲିସ ପଚରାଉଚରା କରିଛି । ଅଘଟଣ ସନ୍ଦେହରେ ଖେଳପଡିଆ ଯାଞ୍ଚ କରାଯାଇଥିଲା। ପୋତାଯାଇଥିବା ମାଟିକୁ ଖୋଳିବା ପାଇଁ ଏକ ଜେସିବି ଅଣାଯାଇଥିଲାଛି। ନିର୍ମାଣାଧୀନ ଷ୍ଟାଡିଅମ ସିଲ୍ କରାଯାଇଛି।

ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍‌, ଗୋଲାମୁଣ୍ଡା ଅତିରିକ୍ତ ତହସିଲଦାର, ବଲାଙ୍ଗିର ଅତିରିକ୍ତ ଏସ୍‌ପି, ସିନ୍ଧେକେଲା ଆଇଆଇସି, କେଗାଁ ଆଇଆଇସି ଓ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି। ସେପଟେ ସ୍କୁଲ ମାଲିକ ଗୋବିନ୍ଦ ସାହୁ ପୋଲିସ ବାରାକରୁ ଚମ୍ପଟ ମାରିବା ଘଟଣାକୁ ଅଧିକ ରହସ୍ୟମୟ କରିଛି । ଗୋବିନ୍ଦ ସାହୁଙ୍କୁ ଠାବ କରିବା ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଗୋବିନ୍ଦ ସାହୁଙ୍କ କାର୍‌ ମଧ୍ୟ ଜବତ କରିଛି ପୋଲିସ। ଗତକାଲି ମହାଳିଙ୍ଗ ଆଞ୍ଚଳିକ ମହାବିଦ୍ୟାଳୟ ଯୁକ୍ତ ଦୁଇ ଅଧ୍ୟକ୍ଷ ରଞ୍ଜିତ ସାହୁଙ୍କୁ ଜେରା କରାଯାଇଛି। ଏହାସହ ଜଣେ ଛାତ୍ରୀଙ୍କୁ ମଧ୍ୟ ପଚରାଉଚରା କରିଛି ପୋଲିସ।

 

ପୋଲିସ ବାରାକ୍‌ରୁ ଅଭିଯୁକ୍ତ ଚମ୍ପଟ ମାରିବା ଏବେ ରହସ୍ଯକୁ ଆହୁରୀ ଘନେଇଛି। ବ୍ୟାପକ ସୁରକ୍ଷା ସତ୍ତ୍ୱେ କେମିତି ଚମ୍ପଟ ମାରିଲେ ସନସାଇନ ପବ୍ଲିକ ସ୍କୁଲ ମାଲିକ ଗୋବିନ୍ଦ ସାହୁ ତାହା ଏବେ ପ୍ରଶ୍ନ। ଟିଟିଲାଗଡ଼ ପୋଲିସ ଥାନା ବ୍ୟାରେକରୁ ଫେରାର ହୋଇଥିଲା ଅଭିଯୁକ୍ତ। ବଲାଙ୍ଗିର ମହାଲିଙ୍ଗର ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ମାମଲାରେ ଗୋବିନ୍ଦଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ପୋଲିସ। ତାଙ୍କ ସହ ୨ଜଣ କନଷ୍ଚେବଳଙ୍କୁ ନିୟୋଜିତ କରାଯାଇଥିବା ବେଳେ ବିଳମ୍ବିତ ରାତିରେ କିନ୍ତୁ ଗୋବିନ୍ଦ ଫେରାର ହୋଇଯାଇଥିଲା।

ଏହା ପରେ ଟିଟିଲାଗଡ଼ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବାରିକେଡ ସହ ବ୍ୟାପକ ଚେକିଂ ଆରମ୍ଭ ହୋଇଛି। ସୂଚନା ଥାଉକି, ମହାଲିଙ୍ଗର ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଦାୟିତ୍ୱରେ ଥିଲେ ମମିତା ମେହେର। ମିଟିଂ ଥିବା ନେଇ ମମିତାଙ୍କୁ ଗୋବିନ୍ଦ ଡାକିଥିବା ବେଳେ ସେ ସ୍କୁଲକୁ ଯାଇ ଆଉ ଘରକୁ ଫେରିନଥିଲେ। ଏନେଇ ମମିତାଙ୍କ ପରିବାର ଲୋକ ଗୋବିନ୍ଦଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଗୋବିନ୍ଦଙ୍କୁ ଅଟକ ରଖି ତଦନ୍ତ ଚଳାଇଥିଲା ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.