ଢ଼େଙ୍କାନାଳ କଣ୍ଟେଇ କୋଳିଆ ସୂର୍ଯ୍ୟ ପେଟ୍ରୋଲ ପମ୍ପ ସାମ୍ନାରେ ଟ୍ରଲର ଓ ବସ୍ ମୁହାଁମୁହିଁ ଧକ୍କା, ବସ୍ ଡ୍ରାଇଭର ସହ ୨ ଯାତ୍ରୀ ଆହତ

ଢ଼େଙ୍କାନାଳ(କେନ୍ୟୁଜ୍): ଢ଼େଙ୍କାନାଳ ୫୫ ନମ୍ବର ଜାତୀୟ ରାଜପଥ କଣ୍ଟେଇ କୋଳିଆ ସୂର୍ଯ୍ୟ ପେଟ୍ରୋଲ ପମ୍ପ ସାମ୍ନାରେ ଟ୍ରଲର ଓ ବସ୍ ମୁହାଁମୁହିଁ ଧକ୍କା। ଏହି ଦୁର୍ଘଟଣାରେ ବସ୍ ଡ୍ରାଇଭର ସହ ୨ ଯାତ୍ରୀ ଆହତ ହୋଇଛନ୍ତି। ବସଟି ପାଲଲହଡା ରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିବା ବେଳେ ଟ୍ରଲରଟି କଟକରୁ ଅନୁଗୁଳ ଅଭିମୁଖେ ଯାତ୍ରା କରୁଥିଲା।

ସୂଚନା ମୁତାବକ ବସଟି ରଙ୍ଗ ୱେରେ ଯାଉଥିବାରୁ ଟ୍ରକ୍ ସହ ସାମ୍ନା ସାମ୍ନି ଧକ୍କା ହୋଇଥିଲା । ଯାହାଫଳରେ ଘଟଣାସ୍ଥଳରେ ବସଟି ଭାରସାମ୍ୟ ହରାଇ ରାସ୍ତାର ତଳକୁ ଖସି ଯାଇଥିଲା । ଏହାପରେ ଯାତ୍ରୀମାନେ ଜରୁରୀ କାଳୀନ ପ୍ରସ୍ଥାନ ବାଟରେ ସୁରକ୍ଷିତ ଭାବେ ବାହାରିଥିଲେ। ଘଟଣାସ୍ଥଳରେ ଗୋବିନ୍ଦପୁର ଫାଣ୍ଡି ପୋଲିସ ଓ ହାଇୱେ ପେଟ୍ରୋଲିଂର ସଦସ୍ୟ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.