ମୋବାଇଲ୍‌କୁ ଆସିଲା ଲିଙ୍କ, କ୍ଲିକ କଲା ପରେ ଆକାଉଣ୍ଟରୁ ଚାଲିଗଲା ଲକ୍ଷେ ୭୦ ହଜାର

ଆନନ୍ଦପୁର : ଦିନକୁ ଦିନ ସାଇବର କ୍ରାଇମ୍ ବଢିବାରେ ଲାଗିଥିବା ବେଳେ ହ୍ଯାକରମାନେ ବିଭିନ୍ନ ଫନ୍ଦି ଫିକର କରି ଲୋକଙ୍କୁ ଜାଲରେ ଫସାଇ ଦେଉଛନ୍ତି । ଆଉ ବ୍ୟାଙ୍କ ଆକାଉଣ୍ଟରୁ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଏହିଭଳି ସାଇବର ଲୁଟେରାଙ୍କ ଜାଲରେ ପଡି ଲକ୍ଷାଧିକ ଟଙ୍କା ହରାଇଛନ୍ତି ଜଣେ ବ୍ୟବସାୟୀ ।

କେନ୍ଦୁଝର ଜିଲ୍ଲା ଘସିପୁରାର ଯୁବ ବ୍ଯବସାୟୀ ରାଜେନ୍ଦ୍ର ସାହୁଙ୍କ ମୋବାଇଲ୍‌କୁ ଷ୍ଟେଟ୍ ବ୍ଯାଙ୍କ ୟୋନୋ ଆପରେ ପ୍ଯାନ୍ ନମ୍ବର ଅପଡେଟ୍ ପାଇଁ ଏସ୍ଏମ୍ଏସ୍ ସହ ଏକ ଲିଙ୍କ ଆସିଥିଲା । ଲିଙ୍କକୁ ଖୋଲିବା ପରେ ରାଜେନ୍ଦ୍ର ସାଇବର ଲୁଟେରାଙ୍କ ଜାଲରେ ଛନ୍ଦି ହୋଇଗଲେ । କିଛି ସମୟ ପରେ ନିଜ ୟୋନୋ ଆପ୍ ଖୋଲିବାକୁ ଚେଷ୍ଟା କରିବାରୁ ଆପ୍ ଆଉ ଖୋଲି ନଥିଲା ।

ଏହି ସମୟରେ ସାଇବର୍ ଲୁଟେରା ରାଜେନ୍ଦ୍ରଙ୍କୁ ଫୋନ କରି କଥାବାର୍ତ୍ତାରେ ବ୍ଯସ୍ତ ରଖିଥିଲେ । ଏତିକି ଭିତରେ ତାଙ୍କ ଆକାଉଣ୍ଟରୁ କେଇଥରରେ ୧ ଲକ୍ଷ ୭୦ ହଜାର ଟଙ୍କା ଗାୟବ ହୋଇଗଲା ।

ପ୍ରଥମେ ୧୦ ହଜାର, ପରେ ୨୦ ହଜାର ଓ  ୧ ଲକ୍ଷ ୪୦ ହଜାର, ଏହିଭଳି  କେଇଥରରେ ୧ ଲକ୍ଷ ୭୦ ହଜାର ଟଙ୍କା ଲୁଟି ନେଇଥିଲେ ଲୁଟେରା । ରାଜେନ୍ଦ୍ର ଏହି ଘଟଣାକୁ ନେଇ ସାଇବର ପୋଲିସ୍, ଘସିପୁରା ଥାନା ଓ ବ୍ଯାଙ୍କ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିବା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.