ରାଇରଙ୍ଗପୁର ହାଟବାଦଡା ସାପ୍ତାହିକ ଗୋରୁ ହାଟରେ ଗୁଳିକାଣ୍ଡ: ଲୁଟି ନେଲେ ୨୦ଲକ୍ଷ ଟଙ୍କା, ଜଣେ ମୃତ

ରାଇରଙ୍ଗପୁର(କେନ୍ୟୁଜ୍‌): ଗୁଳି କରି ୨୦ ଲକ୍ଷ ଲୁଟ୍‌, ଜଣେ ମୃତ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ହାଟବାଦଡା ସାପ୍ତାହିକ ଗୋରୁ ହାଟରେ ଏହି ଗୁଳିକାଣ୍ଡ ହୋଇଛି। ସକାଳୁ ସାପ୍ତାହିକ ଗୋରୁ ହାଟ ଚାଲିଥିବାବେଳେ ୪ଜଣ ଦୁର୍ବୃତ୍ତ ଆସି ହତାଠ୍‌ ଜଣେ ଗୋରୁ ବେପାରୀଙ୍କ ଉପରେ ଗୁଳି କରିଥିଲେ।

ଏହାପରେ ତାଙ୍କ ଠାରୁ ୨୦ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ। ତାଙ୍କ ଛାତିରେ ଗୁଳି ବାଜିଥିଲା। ତାଙ୍କୁ ସଙ୍ଗେ ସେଙ୍ଗେ ଆମ୍ବୁଲାନ୍‌ସ ଯୋଗେ ରାଇରଙ୍ଗପୁର ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ବେପାରୀ ପଶ୍ଚିମବଙ୍ଗ ଜମ୍ବାଲି ଥାନା ଜାମସୁ ଅଲ୍ଲୀ। ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବାବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.