ଆସନ୍ତା ମେ ୨୯ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିପାରେ ମନ୍ତ୍ରୀ ପରିଷଦ ବୈଠକ

ଏହି ଦିନ ପୂରଣ ହେବ ମୁଖ୍ୟମନ୍ତ୍ରୀଙ୍କ ୫ମ ପାଳିର ୨ବର୍ଷ

ଭୁବନେଶ୍ବର: ଆସନ୍ତା ମେ ୨୯ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିପାରେ ମନ୍ତ୍ରୀ ପରିଷଦ ବୈଠକ । ଏହି ଦିନ ମୁଖ୍ୟମନ୍ତ୍ରୀ ପଞ୍ଚମ ପାଳିର ୨ବର୍ଷ ପୂରଣ କରିବାକୁ ଯାଉଛନ୍ତି। କରୋନା କଟକଣା ପାଇଁ ଭର୍ଚୁଆଲରେ ହେବ ବୈଠକ ।

୨ବର୍ଷ ଭିତରେ ବିଭିନ୍ନ ବିଭାଗୀୟ ଉପଲବ୍ଧି ଓ ପରବର୍ତ୍ତୀ ପ୍ରଶାସନିକ ପଦକ୍ଷେପ ନେଇ ଆଲୋଚନା ହୋଇପାରେ। ଗୋଟିଏ ସମୟରେ ରାଜ୍ୟ ୨ଟି ମହାବିପତ୍ତିର ସମ୍ମୁଖୀନ ହୋଇଛି । କରୋନା ମହାମାରୀ ସାଙ୍ଗକୁ ବାତ୍ୟା ‘ୟସ୍‌’କୁ ସାମ୍ନା କରିଛି ରାଜ୍ୟ । ତେଣୁ ମନ୍ତ୍ରୀ ପରିଷଦ ବୈଠକରେ ୨ ବର୍ଷର ଉପଲବ୍ଧି ସହ କରୋନା ମୁକାବିଲା ଓ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର ନେଇ ଆଲୋଚନା ହେବାର ସମ୍ଭାବନା ରହିଛି।

 

Leave A Reply

Your email address will not be published.