ରାଜ୍ୟ କ୍ୟାବିନେଟ ବୈଠକରେ ୩୩ଟି ପ୍ରସ୍ତାବରେ ବାଜିଲା ମୋହର, ନଜର ପକାନ୍ତୁ କେଉଁ କେଉଁ ପ୍ରକଳ୍ପ ପାଇଁ କେତେ ମିଳିଲା ପାଣ୍ଠି

କେନ୍ୟୁଜ୍(ବ୍ୟୁରୋ):ରାଜ୍ୟ କ୍ୟାବିନେଟ ବୈଠକରେ ୩୩ଟି ପ୍ରସ୍ତାବରେ ବାଜିଲା ମୋହର । ବୈତରଣୀ ନଦୀରେ ନିର୍ମାଣ ହେବ ଆଉ ଦୁଇଟି ବ୍ୟାରେଜ୍‌ । ୨୦୦ କୋଟି ଖର୍ଚ୍ଚ ହେବ । ବଲାଙ୍ଗୀର ଜିଲ୍ଲାର ଲୋୟର ସୁକତେଲର ଲେଫ୍ଟ କମାଣ୍ଡ ଏରିଆରେ ପାଣି ଯୋଗାଇ ଦିଆଯିବ । ଭୂତଳ ଜଳ ଯୋଗାଣ ଉପରେ ମୋହର ବାଜିଛି ।

ଏନେଇ ୬୩୪ କୋଟି ଟଙ୍କା ଖର୍ଚ୍ଚ ହେବ । ବଲାଙ୍ଗୀର ଜିଲ୍ଲାର ୧୩ ହଜାର ହେକ୍ଟର ଚାଷ ଜମିକୁ ପାଣି ମାଡ଼ିବ । ମହାନଦୀ ଓ ବ୍ରାହ୍ମଣୀର ୯ଟି ମେଗା ଲିଫ୍ଚ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ୪୩୧ କୋଟି ବ୍ୟୟ ହେବ । କେନ୍ଦୁଝରରେ ୧୪ଟି ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି । ୫୧୧ କୋଟି ବ୍ୟୟ ଅଟକଳ କରାଯାଇଛି । ପାର୍ବତୀ ଗିରି ବୃହତ ଜଳସେଚନ ପ୍ରକଳ୍ପରେ ମେଗା ଲିଫ୍ଟ ପ୍ରକଳ୍ପକୁ ମଂଜୁରୀ ମିଳିଛି । ୪୩୦ କୋଟି ଟଙ୍କା ଖର୍ଚ୍ଚ ହେବ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.