ରାଜଧାନୀବାସୀଙ୍କ ବଢ଼ିଛି ଇମ୍ୟୁନିଟୀ, ସର୍ଭେରୁ ହେଲା ଖୁଲାସା

ଭୁବନେଶ୍ୱର (କେନ୍ୟୁଜ୍‌) : ରାଜଧାନୀର ହାଇ ରିସ୍କ ସେରୋ ସର୍ଭେ ରିପୋର୍ଟ ଆସିସାରିଛି। ହାଇରିସ୍କ ଗ୍ରୁପର ସେରୋ ସର୍ଭେ ମଧ୍ୟ ସମାନ କମ୍ୟୁନିଟି ଗ୍ରୁପ ସହ ରହିଛି। ପ୍ରାଥମିକ ରିପୋର୍ଟ ସହ କମ୍ୟୁନିଟି ସହ ଏହା ସମାନ ଅଛି । ଶହେରେ ୧.୪ ପ୍ରତିଶତ ଲୋକଙ୍କ ଭିତରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଛି ।

ଜୁନ ମାସରେ ହୋଇଥିବା ସଂକ୍ରମଣକୁ ନେଇ କରାଯାଇଥିଲା ପରୀକ୍ଷା । ଜୁଲାଇ ସଂକ୍ରମଣ ଜାଣିବା ପାଇଁ ଭୁବନେଶ୍ୱରରେ ଅଗଷ୍ଟ ୧୬ ରୁ ଆରମ୍ଭ ହେବ ଦ୍ଵିତୀୟ ପର୍ଯ୍ୟାୟ ସେରୋ ସର୍ଭେ। ଉଭୟ ହାଇ ରିସ୍କ ଓ କମ୍ୟୁନିଟି ଗ୍ରୁପକୁ କରାଯାଇଛି ଟାର୍ଗେଟ ।

ସେପଟେ ଆଜିଠାରୁ ଗଞ୍ଜାମରେ ଆରମ୍ଭ ହେଉଛି ସେରୋ ସର୍ଭେ। ୨୫ ଶହ ସାମ୍ପୁଲକୁ ନେଇ ହେବ ସର୍ଭେ । ୧୫ ଶହ କମ୍ୟୁନିଟି ହଜାରେ ହାଇ ରିସ୍କ ସମ୍ପୁଲ କଲେକ୍ସନ କରି କରାଯିବ ସର୍ଭେ । ଖୁବ ଶୀଘ୍ର ବଡମ୍ବା ନରସିଂପୁରରେ ହେବ ସେରୋଲୋଜି ସର୍ଭେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.