ପୁରୀ ଦର୍ଶନ ସାରି ଘରକୁ ଫେରୁଥିବାବେଳେ ବନ୍ୟାଜଳରେ ଭାସିଗଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଯାତ୍ରୀ

ଆଠଗଡ଼(କେନ୍ୟୁଜ୍): ବନ୍ୟାଜଳରେ ଭାସିଗଲା କାର୍। ଅଳ୍ପକେ ବର୍ତ୍ତିଲେ ୪ ଯାତ୍ରୀ। ପୁରୁଣାକଟକ-ସମ୍ବଲପୁର ରାସ୍ତା ନିଧିପୁରଗଡ଼ାରେ ଯାଉଥିବା ବେଳେ କାର୍‌ଟି ଭାସିଯାଇଥିଲା। ୪ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କଲେ ସ୍ଥାନୀୟ ଲୋକ ଓ ଅଗ୍ନିଶମବାହିନୀ।

ପୁରୀ ଦର୍ଶନ ସାରି ନିଜ ଘର ଅନୁଗୁଳକୁ ଫେରୁଥିବାବେଳେ କାର୍‌ଟି ବନ୍ୟା ଜଳରେ ଭାସିଯାଇଥିଲା। ୫ ଘଣ୍ଟା ପରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.