ଦେଶରେ ବଢୁଛି ସଂକ୍ରମଣ: ସ୍ୱାଧୀନତା ଦିବସରେ ଭିଡ ନକରିବାକୁ ସବୁ ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ବଢୁଛି । ତେଣୁ ସ୍ୱାଧୀନତା ଦିବସରେ ଭିଡ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ସ୍ୱାଧୀନତା ଦିବସ ଉତ୍ସବରେ ଅଯଥା ଭିଡ଼ ନକରିବାକୁ ସବୁ ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଗୃହ ମନ୍ତ୍ରାଳୟ ଦ୍ୱାରା ଏନେଇ ଏକ ନିର୍ଦ୍ଦେଶାବଳୀ ଜାରି ହୋଇଛି। କରୋନା ନିୟମ ମାନି ସ୍ୱାଧୀନତା ଦିବସ ପାଳନ କରିବା ସହ ଭିଡ଼ କମାଇବାକୁ କୁହାଯାଇଛି।

ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ଓ ହାତ ସାନିଟାଇଜ୍‌ କରିବାକୁ କହିଛନ୍ତି କେନ୍ଦ୍ର ସରକାର । ଗତ ସପ୍ତାହରେ ମଧ୍ୟ ରାଜ୍ୟମାନଙ୍କୁ ଚିଠି ଲେଖିଥିଲେ କେନ୍ଦ୍ର ସରକାର । କେରଳ, କର୍ଣ୍ଣାଟକ, ମହାରାଷ୍ଟ, ଓଡ଼ିଶା, ତାମିଲନାଡୁ ଓ ତେଲେଙ୍ଗା ଭଳି ୭ଟି ରାଜ୍ୟକୁ ଚିଠି ଲେଖିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । କରୋନା ଟେଷ୍ଟିଂ ବଢାଇବା ସହ ଅନ୍ୟ ନିୟମ ପାଳନ କରିବାକୁ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.