ଚାନ୍ଦବାଲି : ଧାନ ବିକ୍ରି ହୋଇ ପାରୁନଥିବାରୁ ରାସ୍ତା ରୋକ କରି ପ୍ରତିବାଦ କଲେ ଚାଷୀ, ଗାଡି ଚଳାଚଳ ଠପ

ଚାନ୍ଦବାଲି (କେନ୍ୟୁଜ): ଚାଷୀ ମାରଣ ନୀତିକୁ ବିରୋଧ କରି ଚାଷୀ କଲେ ରାସ୍ତା ରୋକ। ଭଦ୍ରକ ଜିଲ୍ଲା ନରେନ୍ଦ୍ରପୁର ସେବା ସମବାୟ ସମିତିକୁ ଧାନ କ୍ରୟ କରିବାର ଅନୁମତି ପ୍ରଦାନ ଦାବି କରି ଭଦ୍ରକ -ଚାନ୍ଦବାଲି ରାଜ୍ୟ ରାଜପଥର ଗଦି ବଜାର ଠାରେ ଶତାଧିକ ଚାଷୀ ରାସ୍ତା ରୋକ କରିଛନ୍ତି। ଫଳରେ ଭଦ୍ରକ ଠାରୁ ଚାନ୍ଦବାଲି ଓ ଚାନ୍ଦବାଲିରୁ ଭଦ୍ରକ ଗାଡି ଚଳାଚଳ ଠପ ହୋଇଯାଇଛି। ରାସ୍ତା ରୋକ ହେବାରୁ ବହୁ ବସ ଗାଡି ମୋଟର ଗଦି ବଜାର ଉଭୟ ପାଖରେ ଛିଡ଼ା ହୋଇଛନ୍ତି। ଗାଡି ଚଳାଚଳ ବନ୍ଦ ଥିବାରୁ ଲୋକମାନେ ବହୁ ହଇରାଣ ହେଉଥିବାର ଦେଖିବାକୁ ମିଳିଛି।

ତେବେ ଚାଷୀଙ୍କ ଅଭିଯୋଗ ପ୍ରଶାସନିକ ଅଧିକାରୀ ଜାଣିଶୁଣି ନରେନ୍ଦ୍ରପୁର ସମବାୟ ସମିତିର ଚାଷୀଙ୍କୁ ୧୦ କିଲୋମୋଟର ଦୂର ଜାମଜୋଡ ସମିତିରେ ଧାନ ଦେବାକୁ ନିର୍ଦେଶ ଜାରି କରିଛି। ଯାହାକୁ ବିରୋଧ କରିଛନ୍ତି ଚାଷୀ। ଆନ୍ଦୋଳନକାରୀଙ୍କ ପାଖରେ ଜିଲ୍ଲା ଯୋଗାଣ ଅଧିକାରୀ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ, ବିଡ଼ିଓ ପ୍ରମୁଖ ଆନ୍ଦୋଳନ କାରୀଙ୍କ ପାଖରେ ପହଞ୍ଚି ଆଲୋଚନା କରିଥିଲେ। ହେଲେ ଚାଷୀ ନିଜ ଜିଦରେ ଅଟଳ ରହି ରାସ୍ତାରୋକ ଜାରି ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.