ସରେଣ୍ଡର ପରେ ଗିରଫ ହେଲେ ଚର୍ଚ୍ଚିତ ମିଶ୍ର

ଭୁବନେଶ୍ୱର(କେନ୍ୟୁଜ୍): ସରେଣ୍ଡର ପରେ ଗିରଫ ହେଲେ ଚର୍ଚ୍ଚିତ ମିଶ୍ର । ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତଙ୍କୁ ଗିରଫ କଲା ସିବିଆଇ । CBIର ଅଭିଯୁକ୍ତ ତାଲିକାରେ ଥିଲେ ଚର୍ଚ୍ଚିତ । ଆଜି ଭୋର ୪ଟାରେ ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟରେ ପହଞ୍ଚି ସରେଣ୍ଡର କରିଥିଲେ । ଏହାପରେ ତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା । ତାଙ୍କ ବିରୋଧରେ IPC 120 B ଓ ପ୍ରିଭେନସନ୍‌ ଅଫ୍‌ କରପ୍‌ସନ୍‌ ଆକ୍ଟର ୭,୮,୯,୧୦,୧୨ ଦଫା ଲାଗିଛି । ମହିମା ମିଶ୍ର ଓ ତାଙ୍କ ବଡ଼ ପୁଅ ଚନ୍ଦନ ମିଶ୍ରଙ୍କୁ ମାରାଥନ୍‌ ଜେରା ପରେ ଛାଡି ଦେଇଛି ସିବିଆଇ ।

ଗତକାଲି ଦିନ ୧୧ଟାରୁ ବାପା ପୁଅଙ୍କୁ ମାରାଥନ୍‌ ଜେରା ଚଳାଇଥିଲା CBI । ୨୫ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ପୂର୍ବରୁ ୪ ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କ ମଧ୍ୟରୁ ୩ଜଣଙ୍କୁ ଅଧିକ ପଚରାଉଚରା ପାଇଁ ୧୪ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ । ପାରାଦୀପ ପୋର୍ଟ ଟ୍ରଷ୍ଟ ଚିଫ ମେକାନିକାଲ ଇଞ୍ଜିନିୟରଙ୍କ ସହ ୩ ଜଣଙ୍କୁ ବାନ୍ଧିଛି ସିବିଆଇ । ମହିମା ମିଶ୍ରଙ୍କ ଘର ଓ OSLରେ ହୋଇଥିଲା CBI ଚଢ଼ଉ । ମୋଟ୍‌ ୧୫ଟି ସ୍ଥାନରେ ଚଢଉରେ ୮୪ଲକ୍ଷ ୫୦ହଜାର ଟଙ୍କା ଏବଂ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.